Masthead

ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଧ୍ୟପ୍ରାଚ୍ୟରେ ପୁଣି ବଢିଲା ଉତ୍ତେଜନା । ଇରାନ ଉପରେ ଆଉଥରେ ଆମେରିକାର ଆକ୍ରମଣ । ଗତକାଲି ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ୩ ଜାହାଜକୁ ଆକ୍ରମଣ କରିଥିଲା । ଏହାର ପ୍ରତିଶୋଧ ନେଇ ଜବାବ ଦେଇଛି ୱାସିଂଟନ । ଇରାନ ଉପରେ ପୁଣି ବୋମା ବର୍ଷା କରିଛି । ଆମେରିକାର ଆକ୍ରମଣରେ ଦୋହଲି ଉଠିଛି ଅବ୍ବାସ ପୋର୍ଟ ଅଫ୍ ସିରିଜ୍ ସହ କେଶେମ ଦ୍ୱୀପ । ଏକାଧିକ ସ୍ଥାନରେ ଆକ୍ରମଣ କରିଛି ଇରାନ ।

ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ଏହା ଏକ ନୂଆ ମୋଡ ବୋଲି ବିବେଚନା କରାଯାଉଛି । ପୁଣି ଯୁଦ୍ଧ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର ଧମକ ଦେଉଥିବାରୁ ଏହା ବନ୍ଦ ନ କରିବା ପର୍ଯ୍ୟନ୍ତ ଶାନ୍ତି ଆଲୋଚନା ହେବ ନାହିଁ ବୋଲି ଇରାନ କହିଛି। ଖାମେନେଇଙ୍କ ସପ୍ତାହବ୍ୟାପୀ ଅନ୍ତିମ ସଂସ୍କାର ବେଳେ ଅନେକ ଲକ୍ଷ ଇରାନୀୟ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିଛନ୍ତି। କାତାରର ତରଳୀକୃତ ପ୍ରକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ଟ୍ୟାଙ୍କର ଅଲ୍‌ ରେକାୟାତ୍‌ ଉପରେ ସୋମବାର ରାତିରେ ଆକ୍ରମଣ ହେବାରୁ ଏହାର ଇଞ୍ଜିନ୍‌ ପ୍ରକୋଷ୍ଠରେ ନିଆଁ ଲାଗିଯାଇଛି।

ସାଉଦି ଆରବର ଏକ ଅଶୋଧିତ ତୈଳ ଟ୍ୟାଙ୍କର ମଧ୍ୟ କ୍ଷତିଗ୍ରସ୍ତ ହାଇଥିବା ସାମୁଦ୍ରିକ ସୁରକ୍ଷା ସୂତ୍ରରୁ କୁହାଯାଇଛି। ଅଲ୍‌ ରେକାୟାତ୍‌ ଜାହାଜ ଉପର ଡ୍ରୋନ୍‌ ଆକ୍ରମଣ ହୋଇଥିବାରୁ ଏହା ବିପଦରେ ଥିବା ନେଇ ବାର୍ତ୍ତା ପଠାଇଥିଲା। ଇଞ୍ଜିନ୍‌ ପ୍ରକୋଷ୍ଠରେ ନିଆଁ ଲାଗି ଧୂଆଁମୟ ହୋଇଯାଇଛି ଓ ଅଧିକ କ୍ଷୟକ୍ଷତି ଆକଳନ କରାଯାଇପାରୁ ନାହଁ ବୋଲି ଜାହାଜର କ୍ୟାପ୍‌ଟେନ ବାର୍ତ୍ତା ପଠାଇଥିଲେ। ଗତ ଫେବୃଆରୀ ୨୮ରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ପରେ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହର୍ମୁଜ୍‌ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ବୁଝାମଣାପତ୍ର ସ୍ବାକ୍ଷର ପରେ ହର୍ମୁଜ୍‌ ଜଳପଥ ସ୍ବାଭାବିକ ହୋଇଥିବା ଆମେରିକା ଦାବି କରିଥିବାବେଳେ ଏହା ଜାହାଜ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ଖୋଲି ନ ଥିବା କୁହାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି