Before Header

ପଞ୍ଜାବ ସରକାରଙ୍କ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

0 59

ପଞ୍ଜାବ(ବଡ଼ ଖବର ବ୍ୟୁରୋ): ପଞ୍ଜାବ ସରକାରଙ୍କ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର । ୪ ହଜାର ଏକର ରାଜ୍ୟ ଜମିରେ ଏସବୁ ହିତାଧିକାରୀ ଉପଯୁକ୍ତ କ୍ଷତିପୂରଣ ଦେବା ପରେ ସମ୍ପତ୍ତି ଅଧିକାର ପାଇବେ। ପଞ୍ଜାବର ଭୋନ୍ଦେଦର, ବୁଟେମାର, ଦୋହଲିଦାର, ଇନସର ମିୟାଦୀ, ମୁକାରିଦାର, ମୁଣ୍ଡୀମାର, ପାନାହୀ କାଦିମ, ସାଉଞ୍ଜିଦାର, ତାରଡକର ସମ୍ପ୍ରଦାୟରେ ସମ୍ପତ୍ତି ଅଧିକାର ରହିଛି। ଏହି ଶ୍ରେଣୀର ଲୋକମାନେ ବହୁ ପିଢ଼଼ି ଧରି ରାଜ୍ୟରେ ପ୍ରାୟ ଚାରି ହଜାର ଏକର ଜମି ଜବର ଦଖଲ କରିଥିଲେ।

ବର୍ତ୍ତମାନ ଏହି ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପରେ ଜମିର ମାଲିକାନା ଅଧିକାର ଦିଆଯିବ। ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ୨୦୨୦ ମସିହାରେ ପଞ୍ଜାବ ବିଧାନସଭାରେ ଏହି ବିଲ ପାରିତ ହୋଇଥିଲା। ବର୍ତ୍ତମାନ ଆମ ଆଦମୀ ପାର୍ଟି ସରକାର ମଧ୍ୟ ଏହି ବିଲକୁ ଅନୁମୋଦନ କରିଛନ୍ତି, ତା’ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ଶେଷ ଅନୁମୋଦନ ପାଇଁ ପଠାଯାଇଥିଲା। ଏଥି ସହିତ ରାଷ୍ଟ୍ରପତି ମଧ୍ୟ ତେଲେଙ୍ଗାନା ସରକାରଙ୍କ ଏକ ବିଲକୁ ଅନୁମୋଦନ ଦେଇଛନ୍ତି। ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି ।

Leave A Reply

Your email address will not be published.