Masthead

ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ଆସିଲା ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ୍ ବୋମା’ ରାୟ । ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା । ଆଜୀବନ ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ କୋର୍ଟ । ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ରାୟ ପ୍ରକାଶ ପାଇବାରୁ ବିଭିନ୍ନ ମହଲରେ ଏନେଇ ଉତ୍ସୁକତା ଦେଖା ଦେଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ ପାଇଛି। ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟି ନବବିବାହିତ ସଫ୍ଟୱେର ଇଞ୍ଜିନିୟର ସୌମ୍ୟଶେଖର ସାହୁ, ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା।

ମୃତ ସୌମ୍ୟଶେଖରଙ୍କ ନବବିବାହିତା ସ୍ତ୍ରୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ନିକଟସ୍ଥ ଭଇଁଷା କଲେଜର ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଏକମାତ୍ର ଓ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଟିମ ୨୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିବା ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରାୟ ୨ବର୍ଷ କାଳ ଏହାର ଶୁଣାଣି ଓ ନ୍ୟାୟିକ ପ୍ରକ୍ରିୟା ଚାଲିଥିଲା। ୬୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏଡିଜେ ୨୮ ତାରିଖରେ ଏହି ଚର୍ଚ୍ଚିତ ମାମଲାର ରାୟ ପ୍ରକାଶ କରିବେ ବୋଲି ଶୁଣାଇଥିଲେ। ଫଳରେ ନ୍ୟାୟ ଅପେକ୍ଷାରେ ଥିବା ମୃତ ସୌମ୍ୟଶେଖରଙ୍କ ମାତାପିତା ସଞ୍ଜୁକ୍ତା ସାହୁ ଓ ରବୀନ୍ଦ୍ର ସାହୁ ନ୍ୟାୟ ପାଇବେ ବୋଲି ଆଶାବାଦୀ ଥିଲେ । କୋର୍ଟଙ୍କ ରାୟ ପରିବାରକୁ ମିଳିଛି ଆଶ୍ୱସ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ