Masthead

ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା

(ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଉଦଳା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ୪ ବର୍ଷର ନାବାଳକକୁ ବାପା କଟୁରୀରେ ହାଣି ମାରିବା ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରକ ସତ। ସତ ଖୋଲି କହିଲେ ଥାନା ଅଧିକାରୀ। ପାରିବାରିକ ଦାରିଦ୍ର୍ୟତା କାରଣରୁ ମା କୋଳରୁ ପୁଅକୁ ଛଡାଇ ନେଇ କଟୁରୀରେ ହାଣି ବାପା ହତ୍ୟା କରିଥିଲା। ଶରତ ଥାନା ପୁରୁଣାପାଣି ଗ୍ରାମର ସୋହନ ସିଂ ନିଜର ୪ ବର୍ଷର ପୁଅ ଦୁମ୍ବି ସିଂ କୁ ଗତକାଲି ମା କୋଳରୁ ଛଡାଇ ନେଇ କଟୁରୀରେ ହାଣି ହତ୍ୟା କରିଥିଲା। ସୂଚନା ଅନୁସାରେ, ପୋଲିସ ଅଭିଯୁକ୍ତ ବାପା ସୋହନ ସିଂ ଙ୍କୁ ଗିରଫ କରିବା ପରେ ଦାରିଦ୍ର୍ୟତା କାରଣରୁ ସେ ପୁଅକୁ ହତ୍ୟା କରିଥିବା ପୋଲିସ ଆଗରେ ମାନିଥିବା କହିଛନ୍ତି ଥାନା ଅଧିକାରୀ। ତାଙ୍କର ୫ ଜଣ ପିଲା ଛୁଆ ଥିବାବେଳେ ସେମାନଙ୍କୁ ନେଇ ପରିବାର ଚଳାଇବା କଷ୍ଟ ହେବାରୁ ପୁଅକୁ ହତ୍ୟା କରିଥିବା କହିଛନ୍ତି ଥାନା ଅଧିକାରୀ ରମାକାନ୍ତ ପାତ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି