Masthead

ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଛଅ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ ଓ ୧୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇପାରନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ରକ୍ତକ୍ଷୟୀ ସଂଘର୍ଷ ପରେ ଏହା ହେବ ସି ଜିନପିଙ୍ଗଙ୍କର ପ୍ରଥମ ଭାରତ ଗସ୍ତ। ଏହି ଘଟଣା ପରେ ଦୁଇ ଦେଶର ସମ୍ପର୍କ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ନିମ୍ନ ସ୍ତରକୁ ଖସିଯାଇଥିଲା। ଲଦାଖ ସୀମାରେ ବର୍ଷ ବର୍ଷ ଧରି ଚାଲିଥିବା ସାମରିକ ଅଚଳାବସ୍ଥା ପରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ସ୍ୱାଭାବିକ ହେବା ଦିଗରେ ଏହି ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି। ସି ଜିନପିଙ୍ଗ ୨୦୧୩ ମସିହାରୁ ଚୀନର ରାଷ୍ଟ୍ରପତି ଅଛନ୍ତି ଏବଂ ଏହା ପୂର୍ବରୁ ସେ ୩ ଥର ଭାରତ ଗସ୍ତ କରିଛନ୍ତି। ତାଙ୍କର ଶେଷ ଭାରତ ଗସ୍ତ ୨୦୧୯ ଅକ୍ଟୋବରରେ ହୋଇଥିଲା।

ଏହାର କିଛି ମାସ ପରେ ଏଲଏସିରେ ସାମରିକ ସଂଘର୍ଷ ହୋଇ ଦୁଇ ଦେଶର ସମ୍ପର୍କରେ ବଡ଼ ଫାଟ ସୃଷ୍ଟି ହୋଇଥିଲା। ଆଗାମୀ ସପ୍ତାହଗୁଡ଼ିକରେ ଭାରତ-ଚୀନ୍ ସୀମା ମାମଲା ଉପରେ ‘କନ୍‌ସଲଟେସନ୍ ଏବଂ କୋଅର୍ଡିନେସନ୍ ପାଇଁ ୱାର୍କିଂ ମେକାନିଜିମ୍’ ର ବୈଠକ ହେବାର ମଧ୍ୟ ଆଶା ରହିଛି, ଯାହା ପରେ ସୀମା ବିବାଦ ଉପରେ ଦୁଇ ଦେଶର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହେବ। ଭାରତ-ଚୀନ୍ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ସୀମା ବିବାଦ ଉପରେ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ ସହମତି ହେବା ପରେ ଏହା ଏହାର ପ୍ରଥମ ବୈଠକ ହେବ। ଏହି ବୈଠକରେ ସୀମା ବିବାଦ, ଆଞ୍ଚଳିକ ସୁରକ୍ଷା, ଆର୍ଥିକ ସହଯୋଗ ଏବଂ ଏସିଆର ଦୁଇ ପ୍ରମୁଖ ଶକ୍ତିଶାଳୀ ଦେଶ ମଧ୍ୟରେ ଭବିଷ୍ୟତ ସମ୍ପର୍କର ଦିଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ