Masthead

ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜୁଡୋରେ ଇତିହାସ ରଚିଲେ ଅସ୍ମିତା ଦେ। ଗ୍ଲାସଗୋରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଝିଅ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତି ଭାରତର ଗୌରବ ବଢାଇଛନ୍ତି । ଅସ୍ମିତା ଦେ ମହିଳାଙ୍କ -୪୮ କେଜି ଓଜନ ବର୍ଗର ଫାଇନାଲରେ କାନାଡାର ହେଇଦି କ୍ୱାଚଙ୍କୁ ୨-୧ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଜୟ ସହ ଅସ୍ମିତା ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଜୁଡୋକା ଭାବେ ନିଜ ନାମ ଲେଖାଇଛନ୍ତି। ଫାଇନାଲ ମୁକାବିଲା ଆରମ୍ଭରୁ ହିଁ ଦୁଇ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଅସ୍ମିତା ଧୈର୍ୟ୍ୟ, ଦକ୍ଷତା ଓ ଆକ୍ରମଣାତ୍ମକ ଖେଳର ପ୍ରଦର୍ଶନ କରି ଶେଷ ପର୍ୟ୍ୟନ୍ତ ନିଜର ପ୍ରାଭୁତ୍ୱ ବଜାୟ ରଖିଥିଲେ। ନିର୍ଣ୍ଣାୟକ ମୁହୂର୍ତ୍ତରେ ସେ ଚମତ୍କାର କୌଶଳ ପ୍ରଦର୍ଶନ କରି ୨-୧ରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ଅସ୍ମିତାଙ୍କ ଏହି ଐତିହାସିକ ସଫଳତା ସହ ଗ୍ଲାସଗୋ ୨୦୨୬ରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୪କୁ ପହଞ୍ଚିଥିବାବେଳେ ମୋଟ ପଦକ ସଂଖ୍ୟା ୧୮ରେ ପହଞ୍ଚିଛି। ଅସ୍ମିତା ଦେ’ ପୂର୍ବରୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିଛନ୍ତି। ସେ ୨୦୨୫ ମସିହାରେ ଆଫ୍ରିକନ୍ ଓପନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୨୦୨୩ ମସିହାରେ ମାକାଉଠାରେ ଅନୁଷ୍ଠିତ ଜୁନିଅର ଏସିଆ କପ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ୨୦୨୩ ଏସିଆନ୍ ଓପନ୍‌ରେ ରୌପ୍ୟ ପଦକ ଜିତିବା ସହିତ ଖେଲୋ ଭାରତ ୟୁନିଭର୍ସିଟି ଗେମ୍ସରେ ଏକାଧିକ ସ୍ୱର୍ଣ୍ଣ ପଦକ ଅର୍ଜନ କରିଛନ୍ତି ଏବଂ ଜୁନିଅର ଜାତୀୟ ଚାମ୍ପିୟନ୍ ମଧ୍ୟ ରହିସାରିଛନ୍ତି। ତାଙ୍କର ଏହି କୃତିତ୍ୱ କେବଳ ଭାରତୀୟ ଜୁଡୋ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଗର୍ବର ବିଷୟ ହୋଇଛି। ଏହି ବିଜୟ ଆଗାମୀ ଦିନରେ ଭାରତର ଯୁବ ଜୁଡୋକାମାନଙ୍କୁ ନୂଆ ପ୍ରେରଣା ଯୋଗାଇବ ବୋଲି କ୍ରୀଡା ମହଲରେ ଆଶା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ, ଭାରତର ସୁନା ପୁଅ ରୌପ ଜିତି କମାଲ କରିଛନ୍ତି । ୮୫.୮୩ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ସଫଳତା ହାସଲ କରିଛନ୍ତି ନୀରଜ ଚୋପ୍ରା । ଗ୍ଲାସଗୋ କମନୱେଲ୍ଥ ଗେମ୍ସରେ ଚାଲିଥିବା ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୀରଜ ଚୋପ୍ରା ରୌପ୍ୟ ପଦକ ହାତେଇ ସନ୍ତୁଷ୍ଟ ହୋଇଛନ୍ତି । ନୀରଜ ଦୀର୍ଘ ୮ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୨୦୧୮ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏଥର ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ନୀରଜ ଆଜି ୮୦.୯୭ ମିଟର ଥ୍ରୋରୁ ଅଭିଯାନ ଆରମ୍ଭ କରିଥିଲେ । ତୃତୀୟରେ ୮୧.୨୯ ମିଟର ଏବଂ ଚତୁର୍ଥ ପ୍ରୟାସରେ ୮୦.୭୩ ମିଟର ଥ୍ରୋ କରିବାରେ ସଫଳ ରହିଥିଲେ । ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୫ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ହାସଲ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ