Masthead

କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଆମେରିକୀୟ ରାଷ୍ଟ୍ର କଲମ୍ବିଆରେ ଭୟଙ୍କର ଭୂମିକମ୍ପ ଝଟକା ଲାଗିଛି । ୭.୪ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ଥରି ଉଠିଛି । ଅନେକ କୋଠା ମାଟିରେ ମିଶିଛି । ରିପୋର୍ଟ ଲେଖାଯିବ ସୁଦ୍ଧା ୧୩୨ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୭୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ହଜାରେ ଟପିପାରେ ବୋଲି ଆଶଙ୍କା କରାଯାଉଛି । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମ୍ଏସ୍ସି) ଅନୁଯାୟୀ, ଭୂମିକମ୍ପର ପ୍ରାରମ୍ଭିକ ତୀବ୍ରତା ୭.୪ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ୧୧୫ କିଲୋମିଟର ଗଭୀରତାରେ ଥିଲା ।

କଲମ୍ବିଆର ଜିଓଲୋଜିକାଲ୍ ସର୍ଭିସ୍ ପ୍ରାରମ୍ଭିକ ତୀବ୍ରତା ୬.୭ ବୋଲି କହିଛି । ଭୟଙ୍କର ଭୂମିକମ୍ପ ଯୋଗୁଁ ଲୋକଙ୍କୁ ଘର ଏବଂ କୋଠା ଛାଡିବାକୁ ପଡିଛି । ରାଜଧାନୀ ବୋଗୋଟା ତଥା ପଡୋଶୀ ଭେନେଜୁଏଲା ଏବଂ ଇକ୍ୱେଡରରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭଗ୍ନାବଶେଷ ତଳୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ଏବେ ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଭୂମିକମ୍ପରେ ଏଯାଏଁ ୧୩୨ ଜଣଙ୍କ ଜୀବନ ଯାଇଥିବା ବେଳେ ୫୩୭ ଜଣ ଆହତ ହୋଇଛନ୍ତି। ଅନେକ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ଦିଆଯାଉଛି ।

 ତେବେ ଧ୍ୱଂସସ୍ତୂପ ତଳେ ଆହୁରି ଲୋକ ଫସି ରହିଥିବା ଆଶଙ୍କା ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଭୂମିକମ୍ପର ଭୟାବହତାକୁ ଦେଖି କଲମ୍ବିଆ ସରକାର ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ଚିକିତ୍ସା ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍‌ଗୁଡ଼ିକ ଧ୍ୱଂସ ହୋଇଥିବା ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଭୂମିକମ୍ପ ପରେ ଲୋକଙ୍କ ମଧ୍ୟରେ ମଧ୍ୟ ଭୟ ଓ ଆତଙ୍କର ବାତାବରଣ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ