Masthead

ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ

ବାଲିଗୁଡା (ବଡ଼ ଖବର ବ୍ୟୁରୋ): ସୁଦ୍ଧକ୍ରିୟା ପାଇଁ ଆସିଥିଲେ । ପ୍ରଖର ସ୍ରୋତରେ ଭାସିଗଲେ । ନଦୀ ଆରପାରିକୁ ଯାଇ ଫେରିବା ବେଳେ ଡଙ୍ଗା ବୁଡ଼ି ଶ୍ୱଶୁର ଓ ବୋହୂ ଚିରସ୍ରୋତା ନଦୀରେ ଭାସି ନିଖୋଜ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ଡାକା ଗାଁର ଖଡ଼ଗନଦୀରେ । ସୂଚନା ଅନୁଯାୟୀ ବାପ ଘର ଗାଁକୁ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆସିଥିଲେ । ନଦୀ ଆରପାରିରେ ମାମୁଁ ଘରକୁ ଯାଇ ଅପରାହ୍ନରେ ଡଙ୍ଗା ସାହାଯ୍ୟରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା ।

୬ ଜଣ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ପ୍ରୋଖର ସ୍ରୋତରେ ଭାସି ନିଖୋଜ ହୋଇଛନ୍ତି । ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀ ସନ୍ଧ୍ୟା ସମୟରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ନିଖୋଜଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ। ଖଡ଼ଗ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସ୍ରୋତ ପ୍ରଖର ଥିବା ଯୋଗୁ ୨ ଜଣଙ୍କ ନିଖୋଜଙ୍କ ଶରୀର ଉଦ୍ଧାର କରାଯାଇ ପାରିନାହିଁ । ତଥାପି ଆଜି ମଧ୍ୟ ପରିବାର ଓ ସମ୍ପର୍କୀୟ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିବା ଜଣାପଡିଛି। ନିଖୋଜ ଦୁଇ ଜଣ ହେଲେ ଶ୍ୱଶୁର ଗୁନ୍ଦନା ମଲିକ ଓ ବୋହୂ ରାଇଙ୍ଗି ମଲିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ