Masthead

ଆଖି ବୁଜିଲେ ଲୋକକବି ଗଦ୍ଦର

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାର ପ୍ରସିଦ୍ଧ ଲୋକ ଗାୟକ ତଥା ଗୀତିକାର ଗଦ୍ଦରଙ୍କ ଦେହାନ୍ତ ହୋଇଛି । ଗଦ୍ଦରଙ୍କ ମୃତ୍ୟୁ ପଛର କାରଣ ତାଙ୍କ ଅସୁସ୍ଥତା ବୋଲି କୁହାଯାଇଛି । ଗଦ୍ଦର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।ଜଣେ ବିପ୍ଲବୀ କବି ଭାବେ ପରିଚିତ ଗଦ୍ଦର ଅଶୀ ଦଶକରେ ବିପ୍ଲବୀ କବିତା ଲେଖି ସମସ୍ତଙ୍କ ଦୃଷ୍ଟିି ଆକର୍ଷଣ କରିଥିଲେ । ନକ୍ସଲବାଦ ସହିତ ଜଡ଼ିତ ଥିବା ଏହି ବିପକ୍ଲବୀ ଲୋକକବି ଜନନାଟ୍ୟ ମଣ୍ଡଳୀ ଗଡନ କରି ନକ୍ସଲବାଦ ସପକ୍ଷରେ ଜନମତ ସୃଷ୍ଟି କରୁଥିଲେ । ତାଙ୍କୁ ଅନେକବାର ଗିରଫ କରାଯାଇଥିଲା । କୁହାଯାଏ ତାଙ୍କ ମେରୁଦଣ୍ଡରେ ଏକ ଗୁଳି ମଧ୍ୟ ଶେଷ ପର୍ଯ୍ୟନ୍ତ ରହିଥିଲା ।

୨୦୧୦ ପର୍ଯ୍ୟନ୍ତ ସେ ସକ୍ରିୟ ଭାବେ ନକ୍ସଲବାଦ ପାଇଁ କାର୍ଯ୍ୟ କରୁଥିଲେ । ପରେ ସେ ସାଧାରଣ ଜୀବନକୁ ଫେରି ଆସିଥିଲେ । ଗଦ୍ଦରଙ୍କ ମୂଳ ନାମ ହେଲା ଗୁମାଡ଼ି ଭିଟ୍ଟଲ ରାଓ । ପରେ ଲୋକ କବି ଏବଂ ଗାୟକ ଭାବେ ଲୋକପ୍ରିୟତା ହାସଲ କରିବା ପରେ ତାଙ୍କୁ ସମସ୍ତେ ଗଦ୍ଦର ଭାବେ ଜାଣିବାକୁ ପାଇଥିଲେ । ତାଙ୍କ ମୃତ୍ୟୁରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ରାଜ୍ୟପାଳ ଟି. ସୁନ୍ଦର ରାଜନ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧି,ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ହରିୟାନା ରାଜ୍ୟପାଳ ବଙ୍ଗାରୁ ଦତ୍ତାତ୍ରେୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ