ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ଛେନା ଓ ପନିରରେ ଅପମିଶ୍ରଣ ନେଇ ରେଡ୍ । BMC ପକ୍ଷରୁ ଚାଲିଛି ଚଢାଉ । ପାହାଳର ପ୍ରସିଦ୍ଧ ମିଠା ବଜାରରେ ମଙ୍ଗଳବାର BMC ପକ୍ଷରୁ ଟେଷ୍ଟିଙ୍ଗ ଭ୍ୟାନ୍ ସାଙ୍ଗରେ ଧରି ହେଉଛି ରେଡ୍ । ମିଠାରେ କୌଣସି ରାସାୟନିକ ପଦାର୍ଥ ମିଶିଛି ନା ନାହିଁ ଏହାର ତନାଘନା କରୁଛି ଟିମ୍ । ପାର୍ବଣ ସମୟରେ ମିଠା ଓ ଦୁଗ୍ଧଜାତ ଖାଦ୍ୟର ଚାହିଦା ବଢ଼ୁଥିବାରୁ ଅପମିଶ୍ରିତ ଖାଦ୍ୟ ବଜାରକୁ ନ ପହଞ୍ଚିବା ପାଇଁ ଈଗଉ ପକ୍ଷରୁ ଯାଞ୍ଚକୁ ଅଧିକ କଡ଼ା କରାଯାଇଛି।

ପୂର୍ବରୁ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନ, ହୋଟେଲ ଓ ପନିର ବିକ୍ରୟ କେନ୍ଦ୍ରରେ BMCର ଫୁଡ୍ ସେଫ୍ଟି ଟିମ୍ ଚଢ଼ାଉ କରିଛି। ସୋମବାରର ଅଭିଯାନରେ ପ୍ରାୟ ୧୦୦ କିଲୋଗ୍ରାମ୍ ପୁରୁଣା ପନିର ଜବତ କରି ନଷ୍ଟ କରାଯାଇଥିବା ଖବର ମିଳିଛି। ଏହାସହ ଦୁଇଟି ସନ୍ଦେହଜନକ ପନିର ନମୁନାକୁ ଲାବରେଟୋରୀ ପରୀକ୍ଷା ପାଇଁ ପଠାଯାଇଛି। ନିୟମ ଉଲ୍ଲଂଘନ କରିଥିବା ୧୨ ଜଣ ବ୍ୟବସାୟୀଙ୍କ ଉପରେ ମୋଟ ୧୨ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି।

ଅପମିଶ୍ରିତ କରୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି। ଅନେକ ସମୟରେ ଭଲ ପନିର ସହ ଭେଜାଲ ପନିର ମିଶାଇ ବଜାରକୁ ଛାଡୁଛନ୍ତି। ନକଲି ପନିରକୁ ନଷ୍ଟ କରିବା ସହିତ ଚଢାଉକୁ ଆହୁରି ଜୋରଦାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଏକଲବ୍ୟ ବିଦ୍ୟାଳୟରେ ଅଶାନ୍ତି, ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ 🔴 ଝଡ଼ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି 🔴 ମିଳିଲାନି ମହାପ୍ରୟାଣ ସେବା, ରାସନ କାର୍ଡ ବନ୍ଧକ ରଖି ମୃତଦେହ ନେଲେ ପରିବାର 🔴 ଭୂକମ୍ପରେ ଥରିଲା ପାନାମା 🔴 ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସମ୍ଭାବନା 🔴 କଲେଜ ନିର୍ବାଚନ ଆଜି ପ୍ରାର୍ଥିପତ୍ର ଦାଖଲ 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ