ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର । ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା । ନେପାଳ ଜଳପ୍ରଳୟର ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି ହୋଇଛି । ୨୯୦ ଭାରତୀୟଙ୍କ ସମେତ ୧୬୦୦ ଜଣ ନିଖୋଜ ଅଛନ୍ତି । ତ୍ରିଶୁଳି ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୭୩ ଜଣ ନିଖୋଜ ଅଛନ୍ତି । ତାମିଲନାଡୁର ୨ଟି ଗ୍ରୁପର ୩୭ ଓ ୩୯ ଜଣଙ୍କ ପତ୍ତା ମିଳୁନି । ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗର ୩୨ ଜଣଙ୍କୁ ଠାବ କରାଯାଇ ପାରିନାହିଁ । ଅନ୍ୟାନ୍ୟ ରାଜ୍ୟର ୬୧ ନିଖୋଜ ଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେତେ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି ସ୍ପଷ୍ଟ ହୋଇନଥିବା କହିଛି ମନ୍ତ୍ରଣାଳୟ । ଏବେ ବି ନେପାଳ ଉପରୁ ବିପଦ ଟଳିନାହିଁ । ପୁଣି ବନ୍ୟା ଚେତାବନୀ ଦେଇଛି ଚୀନ ।

ଫ୍ଲାସ୍‌ ଫ୍ଲଡ୍‌ରେ ଅନେକ ଗାଁ, ରାସ୍ତା ଓ ବ୍ରିଜ୍‌ ଧୋଇଯାଇଛି। ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଅନେକ ଅଞ୍ଚଳରେ ପହଞ୍ଚିବା ମଧ୍ୟ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି । ହେଲିକପ୍ଟର ଓ ଅନ୍ୟାନ୍ୟ ଉପାୟରେ ନେପାଳ ସୁରକ୍ଷାବାହିନୀ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ଆମେରିକାର ପ୍ରାୟ ୯୦ ଜଣ ନାଗରିକଙ୍କ ପତ୍ତା ମିଳୁନଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଅଧିକାଂଶ ଆମେରିକୀୟ ନାଗରିକ ତିବ୍ବତରେ କୈଳାସ ଯାତ୍ରା ପାଇଁ ଯାଇଥିଲେ। ତିନିଜଣ ଆମେରିକୀୟ ଉଦ୍ଧାର ହୋଇଥିବା ବେଳେ, ଆମେରିକା ପକ୍ଷରୁ ଉଦ୍ଧାର ଓ ସହାୟତା ପାଇଁ ନେପାଳ ସରକାର ସହ ଯୋଗାଯୋଗ ରହିଛି। ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି, ବନ୍ୟାର ବିପଦ ଏବେ ବି ସମ୍ପୂର୍ଣ୍ଣ ଟଳିନାହିଁ। ବନ୍ୟାରେ ଉପରମୁଣ୍ଡରେ ସୃଷ୍ଟି ହୋଇଥିବା ଏକ ଡେବ୍ରିସ୍‌ ଲେକ୍‌ ବା ବାଧାପ୍ରାପ୍ତ ଜଳାଶୟ ଫାଟିଲେ ପୁଣି ଭୟଙ୍କର ବନ୍ୟା ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ସତର୍କତା ବଢ଼ାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ ପର୍ବ ପାଳନ 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ ପର୍ବ ପାଳନ 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା