ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଉଷ୍ମତା ଭରି ଦେଇଛି ଛାତ୍ର ସଂସଦ 2026 ନିର୍ବାଚନ । ବିଜେଡି ସରକାର ସମୟରୁ ଦୀର୍ଘ 8ବର୍ଷ ବନ୍ଦ ପଡ଼ିଥିବା ଇଲେକ୍ସନକୁ ପ୍ରଥମ ଥର ରାଜ୍ୟରେ ଗଠନ ହୋଇଥିବା ବିଜେପି ସରକାର ଚଳିତ ବର୍ଷ ନିର୍ବାଚନ କରାଇଛି । ଆଉ ସବୁଠାରୁ ରୋଚକ ଭରି ଦେଇଛି ରାଜ୍ୟ ମନ୍ତ୍ରିମଣ୍ଡଳରେ ଥିବା 16 ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଫଳାଫଳ । କିନ୍ତୁ ବିଜୟ ଯେତିକି ରୋଚକ ଦେଇନାହିଁ, ପରାଜୟ ସେମିତି ଚିନ୍ତା ଆଣିଦେଇଛି । ରାଜ୍ୟ ଦୁଇ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ହଲଚଲ ଦେଖା ଦେଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଥିବା କଲେଜ କ୍ୟାମ୍ପସରେ ବିଜେପି ତଥା ସହଯୋଗୀ ଦଳ ଏବିଭିପିକୁ ଲାଗିଛି ଝଟକା। ତିନୋଟି କଲେଜ ରହିଥିବା ବେଳେ ଦୁଇଟିରେ ନିର୍ବାଚନ ଅନୁଷ୍ଠିତ ହୋଇନଥିବା ବେଳେ ନିମାପଡ଼ା କଲେଜରେ ହୋଇଥିବା ନିର୍ବାଚନ ପ୍ରଭାତୀଙ୍କ ଟେନସନ୍ ବଢ଼ାଇଛି ।

ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ୧୮୧୦ ଜଣ ଛାତ୍ରଛାତ୍ରୀ ମତଦାନ କରିଥିବା ବେଳେ ସଭାପତି ପଦରେ ମହାମେଣ୍ଟ ସମର୍ଥିତ ପ୍ରାର୍ଥୀ ସୌମେନ୍ଦ୍ର ଭୋଳ ବିଜୟୀ ହୋଇଛନ୍ତି। ସେ ଏବିଭିପି ସମର୍ଥିତ ପ୍ରାର୍ଥୀ ରଶ୍ମିରଞ୍ଜନ ପରିଡ଼ାଙ୍କୁ ୨୯୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶଙ୍କ ସହଯୋଗରେ ସୌମେନ୍ଦ୍ରଙ୍କ ବିଜୟକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ସେହିଭଳି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼ରେ ଥିବା ତିନୋଟି ଯାକ କଲେଜରେ ବିଜେପି ତଥା ଏବିଭିପିକୁ ଶକ୍ତ ଝଟକା ଲାଗିଛି । ବେଲପାହାଡ଼ ଏବଂ ପାଟଣାଗଡ ମହିଳା ମହାବିଦ୍ୟାଳୟକୁ ଦଖଲ କରିନେଇଛି ବିସିଜେଡି। ଜବାହରଲାଲ ମହାବିଦ୍ୟାଳୟରେ ସ୍ବାଧିନ ପ୍ରାର୍ଥୀ ଆଲିଶା ମେହେର ହୋଇଛନ୍ତି ବିଜୟ ।

ସେପଟେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ନିର୍ବାଚନ ମଣ୍ଡଳୀ ପାରାଦ୍ୱୀପରେ ତିନୋଟି କଲେଜରେ ନିର୍ବାଚନ ହୋଇଥିଲା ଅନୁଷ୍ଠିତ ହୋଇଥିଲା । ହେଲେ ମନ୍ତ୍ରୀଙ୍କ ଗଡ଼ରେ ବି ବିରୋଧୀ ବିଜେଡି ଗୋଟେ କଲେଜ ଦଖଲ କରିଛି । କୁଜଙ୍ଗ କଲେଜରେ ବିସିଜେଡି ପ୍ରାଥୀ ନିର୍ବାଚିତ ହୋଇଥିବା ବେଳେ ପାରାଦୀପ ଏବଂ ସାରଳା ମହାବିଦ୍ୟାଳୟରେ ଏବିଭିପି ବିଜୟ ହୋଇଛି । ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ସୁକ୍ରୁଳି, ରରୁଉଆଁ ଏବଂ ଯଶିପୁର ମହାବିଦ୍ୟାଳୟରେ ଏବିଭିପିକୁ ମିଳିଛି ବଡ ସଫଳତା। କିନ୍ତୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ମହାବିଦ୍ୟାଳୟରେ ବିରୋଧୀ ଏବଂ ଶାସକ ମଧ୍ୟରେ ହୋଇଛି କଡା ଫାଇଟ୍।

ମାଣିଦାର ଏସ ଏମ ଡି ଓ ନଳଗଜଜାର ୟୁଏନକୁ ଦଖଲ କରିଛି ବିସିଜେଡି । ଗଡ଼ିଆ, ଚକସୁଳିଆପଦା ଏବଂ ଶୁଳିଆପଦାରେ ଏବିଭିପି ଦଖଲ କରିଥିବା ବେଳେ ଚିତ୍ରଡ଼ା ମହାବିଦ୍ୟାଳୟରେ ବିଜୟ ବାନା ଉଡାଇଲା ଛାତ୍ର କଂଗ୍ରେସ । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବାଲୁଗାଁ ଏବଂ ବାଣପୁର ମହାବିଦ୍ୟାଳୟରେ ଏବିଭିପି ସମସ୍ତ ଆସନ ଦଖଲ କରିଛି । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ବାଚନ ମଣ୍ଡଳୀରେ କ୍ୟାମ୍ପସ ନିର୍ବାଚନରେ ବିଜେପି ତଥା ଏବିଭିପି ନିରାଶ ହୋଇଛି । ବିନା ଭୋଟରେ ଯୋରନ୍ଦା ମହିମା ମହାବିଦ୍ୟାଳୟରେ କେବଳ ଏବିଭିପି ଖାତାକୁ ଯାଇଥିବା ବେଳେ ସଦର ମହକୁମାରରେ ଥିବା ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱାଧୀନ ପ୍ରାଥୀ ମାନେ ବିଜୟ ହାସଲ କରିଛନ୍ତି ।

ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ବିସିଜେଡି ଖାତାକୁ ଯାଇଛି । ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନିର୍ବାଚନ ମଣ୍ଡଳୀ ସୁକିନ୍ଦାରେ ହୋଇପାରିନାହିଁ ନିର୍ବାଚନ । ଏହି କ୍ରମରେ ସବୁଠାରୁ ଆଗକୁ ଚାଲି ଆସିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ତାଙ୍କ ନିର୍ବାଚନ ମଣ୍ଡଳୀ ଧାମନଗରରେ ଏବିଭିପିକୁ ମିଳିଛି ବୃହତ୍ ବିଜୟ। ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଚାରୋଟି କଲେଜରେ ଏବିଭିପିକୁ ମିଳିଛି ବିପୁଳ ବିଜୟ । ବ୍ରଜରାଜନଗର କଲେଜରେ ଏବିଭିପି ବିଜୟ ହୋଇଥିବା ବେଳେ ଆଉ ତିନୋଟିରେ ସିଲେକ୍ସନ ମାଧ୍ୟମରେ ବି ଏବିଭିପି ଖାତାକୁ ଯାଇଛି । ମନ୍ତ୍ରୀ ଗୋକୁଳ ମଲିକ୍ ଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବୁଗୁଡ଼ା ଓ ପୋଲସରା ମହାବିଦ୍ୟାଳୟ ଏବିଭିପି ଖାତାକୁ ଯାଇଥିବା ବେଳେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଥିବା ଗୋପାଳପୁର ଓ ଡୁରା ମହାବିଦ୍ୟାଳୟରେ ସ୍ବାଧିନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଡିଡି ବିଶ୍ୱବିଦ୍ୟାଳୟରେ ଦଖଲ କରିଛି ଏବିଭିପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା