ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଭାବେ ବ୍ରଜ ମୋହନ ରାମ ଆଜି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇବେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ପ୍ରାୟ ୬୦୦ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ ପରେ ବ୍ରଜ ମୋହନ ରାମଙ୍କ ପାଇଁ ରାଜ୍ୟର ଉଚ୍ଚଶିକ୍ଷା, ଆଦିବାସୀ ବିକାଶ ଏବଂ ରାଜ୍ୟ ସରକାରଙ୍କ ସହ ସାମ୍ବିଧାନିକ ସମନ୍ୱୟ ରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ଗୁରୁତ୍ୱ ବହନ କରିବ। ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ନୂଆ ଦାୟିତ୍ୱ ଆରମ୍ଭ ହେବାକୁ ଥିବାବେଳେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଗୁରୁତ୍ୱପୁର୍ଣ ଭୂମିକା ରହିବ ।