ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶା ଆସିବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ । ସାଢ଼େ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବେ, କାଲି କରିବେ ଶପଥ ଗ୍ରହଣ । ଆଜି ଦିନ ୧୨ଟା ୩୦ରେ ନୂଆ ରାଜ୍ୟପାଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ପହଞ୍ଚିବେ । ରାଜ୍ୟ ପକ୍ଷରୁ ସେଠାରେ ତାଙ୍କୁ ସ୍ୱାଗତ ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ପରେ ସେ ଲୋକ ଭବନ ଅଭିମୁଖେ ଯାତ୍ରା କରିବେ ।
ନିଯୁକ୍ତି ଦିନରୁ ପ୍ରଥମ ମନ୍ତବ୍ୟକୁ ନେଇ ରାଜ୍ୟପାଳ ବିବାଦୀୟ ହୋଇପଡ଼ିଥିଲେ । ଯେଉଁଥିପାଇଁ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ତାଙ୍କୁ ଟାର୍ଗେଟ୍ କରିଥିଲେ । ବିଜେପିକୁ ସୁଦୃଢ଼ ଦିଗରେ କାର୍ଯ୍ୟ ଜାରି ରଖିବେ ବୋଲି ସେ ଏକ ଜାତୀୟ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିବା ପରେ ବିରୋଧୀ ସମାଲୋଚନା କରିଥିଲେ । ତୀବ୍ର ସମାଲୋଚନାର ସମ୍ମୁଖୀନ ହେବା ପରେ, ୨୪ ଘଣ୍ଟା ମଧ୍ୟରେ ସେ ନିଜ ବୟାନ ବଦଳାଇଥିଲେ । ସମସ୍ତଙ୍କ କଲ୍ୟାଣ ଏବଂ ରାଜ୍ୟର ଉନ୍ନତି ପାଇଁ କାମ କରିବେ ବୋଲି କହିଥିଲେ।