ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ । ସାନ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ନ୍ୟୁଜ ହେଲିକପ୍ଟର କ୍ରାସ । ଦୁର୍ଘଟଣା ପରେ ହେଲିକପ୍ଟରରେ ଭୟଙ୍କର ନିଆଁ । ଆମେରିକାର ଲସ୍ ଆଞ୍ଜେଲସରେ ଖବର ସଂଗ୍ରହ କରୁଥିବା ବେଳେ ଏକ ନ୍ୟୁଜ୍ ହେଲିକପ୍ଟର କ୍ରାସ୍ ହୋଇଛି । ଦୁର୍ଘଟଣାଗ୍ରସ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ଲସ୍ ଆଞ୍ଜେଲସର କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି “ନ୍ୟୁଜ ଚପ୍ପର ୪” ଥିଲା। ଏହା ଖବର ସଂଗ୍ରହ କରୁଥିଲା । ହେଲିକପ୍ଟରରେ ଥିବା ଦୁଇ ସାମ୍ବାଦିକ ଏଲିଆନା ମୋରେନୋ ଏବଂ ଜର୍ଜ ମାର୍ସିନିଉଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଚାଟ୍ସୱର୍ଥ ଅଞ୍ଚଳରେ ଦୁଇଟି କୋଠା ମଧ୍ୟରେ ହେଲିକପ୍ଟରଟି ଖସିପଡ଼ିଥିଲା। ଦୁର୍ଘଟଣା ପରେ ନିଆଁ ୪ଟି ଗାଡ଼ି ଓ ୨ଟି ଷ୍ଟୋରେଜ୍ କଣ୍ଟେନରକୁ ବ୍ୟାପିଥିଲା। ଘଟଣାସ୍ଥଳରେ ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏହା ପୂର୍ବରୁ ସେହି ଅଞ୍ଚଳରେ ଏକ SUV ଏକ ସିଟି ବସ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଆହତ ହୋଇଥିଲେ। ଦୁର୍ଘଟଣାର ରିପୋର୍ଟିଂ ପାଇଁ ଅନେକ ନ୍ୟୁଜ୍ ହେଲିକପ୍ଟର ସେହି ଅଞ୍ଚଳରେ ଉଡ଼ାଣ କରୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’