Masthead

ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ । ସାନ ଫର୍ଣ୍ଣାଣ୍ଡୋ ଭ୍ୟାଲିରେ ନ୍ୟୁଜ ହେଲିକପ୍ଟର କ୍ରାସ । ଦୁର୍ଘଟଣା ପରେ ହେଲିକପ୍ଟରରେ ଭୟଙ୍କର ନିଆଁ । ଆମେରିକାର ଲସ୍ ଆଞ୍ଜେଲସରେ ଖବର ସଂଗ୍ରହ କରୁଥିବା ବେଳେ ଏକ ନ୍ୟୁଜ୍ ହେଲିକପ୍ଟର କ୍ରାସ୍ ହୋଇଛି । ଦୁର୍ଘଟଣାଗ୍ରସ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହାତ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ ଲସ୍ ଆଞ୍ଜେଲସର କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି “ନ୍ୟୁଜ ଚପ୍ପର ୪” ଥିଲା। ଏହା ଖବର ସଂଗ୍ରହ କରୁଥିଲା । ହେଲିକପ୍ଟରରେ ଥିବା ଦୁଇ ସାମ୍ବାଦିକ ଏଲିଆନା ମୋରେନୋ ଏବଂ ଜର୍ଜ ମାର୍ସିନିଉଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଚାଟ୍ସୱର୍ଥ ଅଞ୍ଚଳରେ ଦୁଇଟି କୋଠା ମଧ୍ୟରେ ହେଲିକପ୍ଟରଟି ଖସିପଡ଼ିଥିଲା। ଦୁର୍ଘଟଣା ପରେ ନିଆଁ ୪ଟି ଗାଡ଼ି ଓ ୨ଟି ଷ୍ଟୋରେଜ୍ କଣ୍ଟେନରକୁ ବ୍ୟାପିଥିଲା। ଘଟଣାସ୍ଥଳରେ ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଏହା ପୂର୍ବରୁ ସେହି ଅଞ୍ଚଳରେ ଏକ SUV ଏକ ସିଟି ବସ୍‌କୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଆହତ ହୋଇଥିଲେ। ଦୁର୍ଘଟଣାର ରିପୋର୍ଟିଂ ପାଇଁ ଅନେକ ନ୍ୟୁଜ୍ ହେଲିକପ୍ଟର ସେହି ଅଞ୍ଚଳରେ ଉଡ଼ାଣ କରୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ!