Before Header

ନଦୀକୁ ଗାଧୋଇବାକୁ ଯାଇ ଗଲା ଜୀବନ

0 24

ଯୋଡା(ବଡ଼ ଖବର ବ୍ୟୁରୋ): ନଦୀକୁ ଗାଧୋଇବାକୁ ଯାଇ ଚାଲିଗଲା ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ । ମୃତ ଯୁବକ ହେଉଛନ୍ତି ଯୋଡ଼ା, କୁନ୍ଦୁରୁ ନାଲା ଅଞ୍ଚଳର ସୁରେନ ପାତ୍ର । ଗତକାଲି ସନ୍ଧ୍ୟାରେ ସେ ନିକଟରେ ଥିବା ସୁନା ନଦୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ।

ତେବେ ଆଜି ନଦୀ କୂଳରେ ତାଙ୍କର ମୃତଦେହ ଭାସୁଥିବାର କିଛି ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆଯିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ଯୋଡ଼ା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତ ଦେହକୁ ବ୍ୟବଚ୍ଛେଦ ପାଇ ପଠାଇବା ସହ ତଦନ୍ତ ଜାରି ରଖିଛି । ।

Leave A Reply

Your email address will not be published.