ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିର ସବୁବେଳେ ହଟସ୍ପଟ୍ ପାଲଟିଥିବା ପିପିଲିରେ ଧୀରେ ଧୀରେ ରାଜନୈତିକ ବାତାବରଣ ବଦଳିବାରେ ଲାଗିଛି । ସାଧାରଣ ନିର୍ବାଚନରେ ପିପିଲିକୁ ଆଶ୍ରିତ୍ ପଟ୍ଟନାୟକ ଦଖଲ କରିବା ପରେ ନିର୍ବାଚନ ମଣ୍ଡଳୀରେ ବଢୁଛି ପତିଆରା । ଆଗକୁ ଆଗକୁ ମାଡ଼ି ଚାଲିଛି ସଂଗଠନ । ଯାହାର ଉଦାହରଣ ପାଲଟିଲା ୨୦୨୬ ଛାତ୍ର ସଂସଦ ନିର୍ବାଚନ ।ଅନୁଷ୍ଠିତ କ୍ୟାମ୍ପସ ଇଲେକ୍ସନରେ ବିଜେପି ତଥା ଏବିଭିପିକୁ ମିଳିଛି ବିପୁଳ ଭୋଟ। ସମ୍ପୂର୍ଣ୍ଣ ଆସନରେ ଦଳ ପ୍ରାର୍ଥୀ ହୋଇଛନ୍ତି ବିଜୟ । ଦୀର୍ଘ ଦଶନ୍ଧି ଦଶନ୍ଧି ପରେ ପିପିଲି କଲେଜକୁ ନିଜ ଆଡକୁ ନେବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ଦୀର୍ଘ ୮ବର୍ଷ ପରେ ପିପିଲି ମହାବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ଛାତ୍ରସଂସଦ ନିର୍ବାଚନ ଶେଷ ହୋଇଛି । ଏଥିପରେ ଏବିଭିପିର ସମସ୍ତ ପ୍ରାର୍ଥୀ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସଭାପତି ପଦରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରଧାନ ୨୧୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବବା ବେଳେ ଉପସଭାପତି ପଦରେ ଚିକୁନ ଖଟେଇ ୨୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ସେହିପରି ସାଧାରଣ ସଂପାଦକ ପଦରେ ସୁଧାଂଶୁବାଳା ଭୂଜବଳ ୨୯୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିାବା ବେଳେ ସହକାରୀ ସାଧାରଣ ସଂପାଦକ ଭାବେ ତନ୍ମୟ ଦାସ ୨୪୧ ଖଣ୍ଡ, ଡ୍ରାମାଟିକ୍ କ୍ଲବ ସଂପାଦକ ଭାବେ ପ୍ରଜ୍ଞା ପ୍ରିୟଦର୍ଶିନୀ ଘୋଷ ୧୯୧ ଖଣ୍ଡ ଓ କ୍ରୀଡା ସଂପାଦକ ଭାବେ ରାହୁଲ ମାଝୀ ୨୭୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିପରି ୩ଟି ଯାକ ଶ୍ରେଣୀ ପ୍ରତିନିଧି ପଦରେ ଏବିଭିପିର ୩ ପ୍ରାର୍ଥୀ ତୃତୀୟ ବର୍ଷର ସ୍ନେହିଲ ପଟ୍ଟନାୟକ, ଦ୍ୱିତୀୟ ବର୍ଷର ସୌମ୍ୟରଞ୍ଜନ ପ୍ରଧାନ ଓ ପ୍ରଥମ ବର୍ଷର ଆଶିଷ କୁମାର ପୃଷ୍ଟି ନିର୍ବାଚିତ ହୋଇଛନ୍ତି । ମୋଟ୍ ୧୦୨୪ ଜଣ ଭୋଟରଙ୍କ ମଧ୍ୟରୁ ୮୭୭ ଜଣ ମତଦାନ କରିଥିବା ବେଳେ ମତଦାନ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି କି ପିପିଲି ରାଜନୀତିରେ ଦୁଇ ତୁଙ୍ଗ ନେତା ସ୍ୱର୍ଗତ ପ୍ରଦୀପ ମହାରଥୀ ଏବଂ ସ୍ୱର୍ଗତ ଯୁଧିଷ୍ଟିର ସାମନ୍ତରାୟଙ୍କ ସୁପୁତ୍ର ମାନଙ୍କୁ ଚେକ୍ ଦେବାରେ ଆଶ୍ରିତ ସଫଳ ହୋଇଛନ୍ତି ।
କାହିଁକି ନା ବିଜୁ ଜନତା ଦଳର ମଙ୍ଗ ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ସମ୍ଭାଳି ଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସ ମଙ୍ଗ ସମ୍ଭାଳୁଛନ୍ତି ପ୍ରିୟବ୍ରତ ସାମନ୍ତରାୟ। ଆଉ ଉଭୟ ହେଉଛନ୍ତି ଯୁବ ନେତା । କିନ୍ତୁ କ୍ୟାମ୍ପସ ଇଲେକ୍ସନରେ ନିଜ ପତିଆରା ଜାହିର କରିବାରେ ବିଫଳ ରହିଲେ । ବିଧାୟକ ଆଶ୍ରିତ ପଟ୍ଟନାୟକ ନିଜ ନେତୃତ୍ୱରେ ଏକ ଟିମ୍ ଗଠନ କରି କଲେଜ ନିର୍ବାଚନକୁ ଏପରି ପରିଚାଳନା କଲେଜ ଯାହା ପାଇଁ କୁଆଡେ ସମ୍ପୂର୍ଣ ଆସନକୁ ଦଖଲ କରିବାରେ ଏବିଭିପି ସଫଳ ହୋଇ ପାରିଛି । ଖାଲି ସେତିକି ନୁହେଁ ଡେଲାଙ୍ଗ ବ୍ଲକରେ ଥିବା ଦୁଇଟି କଲେଜକୁ ମଧ୍ୟ ଏବିଭିପି ଦଖଲ କରିଛି । ସୂଚନା ଅନୁଯାୟୀ ଯୁବ ବିଜେପି ନେତାଙ୍କ ସହ ଏବିଭିପିର କାର୍ୟ୍ୟକର୍ତ୍ତା ଏବଂ ଦଳୀୟ ନେତୃତ୍ୱ ମାନେ ବିଧାୟକଙ୍କ ସହ କଲେଜ କ୍ୟାମ୍ପସ ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ।