Masthead

ବନ୍ଧୁକ ଦେଖାଇ ଲୁଟି ନେଲେ ୧୦ ଲକ୍ଷ

ସୁନ୍ଦରଗଡ଼ (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ରାଇକେଲାରେ ବଡ ଧରଣର ଲୁଟ୍ ହୋଇଛି । କୋଇଡ଼ା ପରିବହନ ସଂସ୍ଥା ଅଫିସରୁ ବନ୍ଧୁକ ମୁନରେ ଲୁଟ । ଗୀତାରାଣୀ ମହାନ୍ତି ମାଇନ୍ସ ଭିତର ପରିବହନ ଅଫିସରୁ ଲୁଟ । ଲୁଟର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି ।  କୋଇଡ଼ା ପୋଲିସ ଛାନଭିନ ଜାରି ରଖିଛି । ଲୁଟେରାମାନେ ମାରଣାସ୍ତ୍ର ଦେଖାଇ ଏକ ପରିବହନ ସଂସ୍ଥାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୪୬ରେ ଲୁଟେରାମାନେ ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସରେ ଅଫିସରେ ପଶିଥିଲେ । ଏହାପରେ ସେଠାରେ ଥିବା କର୍ମଚାରୀମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ୧୦ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସିସିଟିଭିରେ ଲୁଟର ଭିଜୁଆଲ କଏଦ ହୋଇଛି । ଲୁଟେରାମାନେ ଟାଙ୍ଗିଆରେ ହାଣି ଅଫିସର ଆସବାବପତ୍ର ନଷ୍ଟ କରିଥିଲେ । ଲୁଟରେ ୫ଜଣ ଦୁର୍ବୃତ୍ତ ସାମିଲ ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ