Masthead

ଡିକି ଭାଙ୍ଗି ଲୁଟିନେଲେ

ଛେଣ୍ଡିପଦା (ବଡ଼ ଖବର ବ୍ୟୁରୋ): ବାଇକର ଡିକି ଭାଙ୍ଗି ଲୁଟିନେଲେ ଅଢ଼େଇ ଲକ୍ଷ ଟଙ୍କା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ପ୍ରଧାନଙ୍କ ବାଇକ ଡିକି ଭାଙ୍ଗି ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ଛେଣ୍ଡିପଦା ପୋଲିସର ତଦନ୍ତ ଜାରି ।

ଶୁକ୍ରବାର ଅପରାହ୍ନରେ ବ୍ୟାଙ୍କରୁ ଟଙ୍କା ଉଠାଇଥିଲେ ଜଳନ୍ଧର । ବନ୍ଧୁଙ୍କୁ କିଛି ଟଙ୍କା ଦେବା ଲାଗି କୋଶଳା ବଜାରରେ ଗାଡି ରଖି ତାଙ୍କ ଘରକୁ ଯାଇଥିଲେ । ବନ୍ଧୁ ନ ଥିବା ଯୋଗୁଁ ସଙ୍ଗେ ସଙ୍ଗେ ସେ ଗାଡି ପାଖକୁ ଫେରି ଆସିଥିଲେ । ଆସି ଦେଖିଲା ବେଳକୁ ଗାଡ଼ି ଡିକି ଭାଙ୍ଗି କେହି ଟଙ୍କା ଲୁଟି ନେଇଥିଲା । ଏନେଇ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରଖିଛି ପୋଲିସ । ଜନ ଗହଳିପୂର୍ଣ୍ଣ ସ୍ଥାନରୁ ଟଙ୍କା ଲୁଟକୁ ନେଇ ପୋଲିସର କାର୍ଯଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି