Masthead

ଯୌତୁକ ପାଇଁ ହତ୍ୟା !

ରାଜନଗର(ବଡ଼ ଖବର ବ୍ୟୁରୋ): ଏ ସଭ୍ୟ ସମାଜରେ ଦିନକୁ ଦିନ ବଢିବାରେ ଲାଗିଛି ଯୌତୁକ ଜନିତ ନିର୍ଯାତନା। ଏଭଳି ଏକ ଅଭିଯୋଗ ଆସିଛି ରାଜନଗର ବ୍ଲକ ଈଶ୍ୱରପୁର ଗାଁର କୃଷ୍ଣଚନ୍ଦ୍ର ପଲାଇଙ୍କ ପରିବା ନାଁରେ। ଅଭିଯୋଗ ମୁତାବକ କୃଷ୍ଣଚନ୍ଦ୍ରଙ୍କ ପରିବାରବର୍ଗ କବିତାକୁ ଯୌତୁକ ଜନିତ ନିର୍ଯାତନା ଦେଇ ମାରିଦେଇଥିବା ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ମା ଜାନକୀ ପଢୀହାରୀ। ହଠାତ୍ ସନ୍ଧ୍ୟା ସମୟରେ କବିତାର ସ୍ୱାମୀ ଫୋନ କରି କବିତା ଦୌଡି ଲଗାଇ ଆତ୍ମହତ୍ୟା କରିଛି ବୋଲି କହିଥିଲେ । ଆମେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଛୁ ସେଠାକୁ ଆସିବାକୁ କହିଥିଲେ କବିତାର ସ୍ୱାମୀ । ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଝିଅ ଘର ଲୋକ ପହଞ୍ଚି ଝିଅକୁ ନ ପାଇ ଫୋନ କରିବାରୁ ସେ କହିଥିଲେ ଅଧିକ ଗୁରୁତର ହେବାରୁ କଟକ ନେଇଆସିଛୁ ଓ ପରେ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିବା କହିଥିଲେ। ସେଠାରେ ପହଞ୍ଚି ଝିଅ ମରି ଶୋଇଥିବା ଝିଅର ପରିବାର ଲୋକ ଦେଖିବାକୁ ପାଇଥିଲେ। ଅଭିଯୋଗକୁ ଭିତ୍ତିକରି ରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ମୃତ କବିତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛ। ସୂଚନାଯୋଗ୍ୟ ୫ ବର୍ଷ ତଳେ ମହୁଲିଆ ଗ୍ରାମର ଶୁକଦେବ ପଢିହାରୀଙ୍କ ଝିଅ କବିତା ଈଶ୍ୱରପୁର ଗାଁର କୃଷ୍ଣଚନ୍ଦ୍ର ପଲାଇଙ୍କ ପୁଅ କାଜଲ ପଲାଇଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନଗତ ୫୦ ହଜାର ଟଙ୍କା ଏବଂ ସୁନା ଅଳଙ୍କାର ଓ ଆସବାପତ୍ର ଯୌତୁକ ଦିଆଯାଇଥିଲା। ବିବାହ ପରେ ଅଧିକ ଯୌତୁକ ପାଇଁ କବିତାଙ୍କୁ ଶାଶୁଘର ପକ୍ଷରୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗତକାଲି ଶାଶୁଘର ଲୋକ ମିଳିମିଶି ମାରିଦେଇଥିବା ନେଇ ଝିଅର ମା ଥାନାରେ ଅଭିଯୋଗ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା