ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ  । ଆସନ୍ତା ୨୫ ତାରିଖରେ ଅବପାତ ସମ୍ଭାବନା  । ୨୬ ତାରିଖରେ ବାତ୍ୟା ସମ୍ଭାବନା  । ଭାରତୀୟ ପାଣିପାଗ ବିଭାଗର ସୂଚନା  । ବାତ୍ୟା ସୃଷ୍ଟି ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଏହାର ଗତିପଥକୁ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ପୁଣି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନା ଆନ୍ଧ୍ର କେଉଁ ଆଡକୁ ମୁହାଁଇବ, ତାହାକୁ ନେଇ ମଧ୍ୟ ଲୋକଙ୍କ ମନରେ ଛନକା ପଶିଛି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟାର ରୂପ ଓ ଗତିପଥ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି। ହେଲେ ଏଯାଏ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିବାବେଳେ କେତେକ ପାଣିପାଗ ମଡେଲର ସୂଚନା ଅନୁଯାୟୀ, ଅକ୍ଟୋବର ୨୯ ବେଳକୁ ଲଘୁଚାପ ବାତ୍ୟାର ରୂପ ନେବ।

ଏହାପରେ ବାତ୍ୟାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ। ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି, ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ୨୬ ତାରିଖଠାରୁ ବିଭିନ୍ନ ଜିଲାରେ ଝଡ଼ବର୍ଷା ଆରମ୍ଭ ହେବ। ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ୱାର୍ନିଂ ଦିଆଯାଇଛି। ୨୭ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା