ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁମ୍ବାଇ ଯିବା ପୂର୍ବରୁ ରାଜ୍ୟର ଆଇନ ଶୃଙ୍ଖଳା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ । ପୋଲିସ ଅଧିକାରୀଙ୍କ ସହ CMଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଉପସ୍ଥିତି ରହିବେ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଟ୍ୱିନିସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିବେ । ଶାନ୍ତି ଶୃଙ୍ଖଳାର ସହ କିପରି ମା ଦୁର୍ଗାଙ୍କର ବିସର୍ଜନ କାର୍ଯ୍ୟ ସମାପ୍ତ ହେବ ତାକୁ ବୈଠକରେ ମିଳିବ ପ୍ରାଧାନ୍ୟ । ତା ସହ ଆଗକୁ ଥିବା ଅନ୍ୟାନ୍ୟ ପାର୍ବଣ ଉପରେ ରହିବ ଫୋକସ ।
ସୂଚନା ଅନୁସାରେ, ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଉପସ୍ଥିତ ରହିବେ। ଏହା ସହ ଟ୍ୱିନସିଟି ପୋଲିସ କମିଶନର ମଧ୍ୟ ବୈଠକରେ ସାମିଲ ହେବେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକକୁ ନେଇ ପ୍ରଶାସନିକ ମହଲରେ ଗୁରୁତ୍ୱ ବଢ଼ିଛି। ତେବେ ବୈଠକର ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। କେଉଁ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଣ୍ଡିଆ କେମ୍ 2026ରେ ଯୋଗଦେବେ ସିଏମ। ତା ସହ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ହେବେ ସାମିଲ । ଏହି ଗସ୍ତରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ ।
