ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସୁଛି ବଡ଼ ବାତ୍ୟା, ନେବ ‘ଭେରି ସିଭିୟର ସାଇକ୍ଲୋନ୍’ର ରୂପ ! ଉତ୍ତର ଆଣ୍ଡାମାନ ସାଗରକୁ ଘୂର୍ଣ୍ଣିବଳୟ ପ୍ରବେଶ କରିଥିବା ନେଇ ସୂଚନା । ଏହାର ପ୍ରଭାବରେ ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଆସନ୍ତା ୩ ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ନେଇ ପାଣିପାଗ ଆକଳନ କରାଯାଉଛି । ବିଭିନ୍ନ ବିଦେଶୀ ମଡେଲ୍‌ର ଆକଳନ ଅନੁଯାୟୀ ଏହା ବାତ୍ୟାର ରୂପ ନେଇପାରେ ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ପୂର୍ବାନୁମାନ କରାଯାଉଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଏଯାଏଁ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ପୂର୍ବାନୁମାନ ଜାରି କରିନାହିଁ। ଆଇଏମଡି ଅନୁସାରେ ଗଳ୍ପ ଅଫ୍ ଥାଇଲାଣ୍ଡ ଓ ପାର୍ଶ୍ଵବର୍ତ୍ତୀ ଥାଇଲାଣ୍ଡ ଏବଂ ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

୨୩ ତାରିଖବେଳକୁ ଦକ୍ଷିଣ ପୂର୍ବ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ। ପରେ ଉତ୍ତର-ପଶ୍ଚିମ ଦିଗରେ ମୁହାଁଇ ଘନୀଭୂତ ହେବା ସମ୍ଭାବନା ଅଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର କହିଛି,ଏବେ ପାଗ ଶୁଖିଲା ରହିବ। କିନ୍ତୁ,୨୬ରୁ ବର୍ଷା ହୋଇପାରେ। ବିଦେଶୀ ମଡେଲ୍ ଇସିଂଡବଲୁଏଫ ଏବଂ ଜିଏଫଏସ କିନ୍ତୁ ଭୟାନକ ପୂର୍ବାନୁମାନ ଚିତ୍ର ଦେଖାଇଛନ୍ତି । ଏହି ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଶକ୍ତିଶାଳୀ ରୂପ ନେଇ ଅତି ଭୀଷଣ କିମ୍ବା ଅତ୍ୟନ୍ତ ଭୟାନକ ବାତ୍ୟା ରୂପ ନେଇପାରେ । ପବନ ବେଗ ଘଣ୍ଟା ପ୍ରତି ୮୮ରୁ ୧୧୭କିଲୋମିଟର ରହିଲେ,ତାହାକୁ ଭୀଷଣ ବାତ୍ୟା କୁହାଯାଇଥାଏ। ୧୧୮-୧୬୫ କିମି ପବନ ହେଲେ ଅତି ଭୀଷଣ ବାତ୍ୟା କୁହାଯାଏ। ପବନ ବେଗ ଘଣ୍ଟା ପ୍ରତି ୧୬୫ କିମି ଟପିଲେ ତାହା ଅତ୍ୟନ୍ତ ଭୟାନକ ବାତ୍ୟା ହୋଇଥାଏ। ଏଥିରୁ ଅନୁମାନ କରାଯାଇପାରେ,ସମ୍ଭାବ୍ୟ ବାତ୍ୟା ଅତ୍ୟନ୍ତ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ 🔴 ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଡ୍ରଗ୍ସ ଜବତ 🔴 ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ ପର୍ବ ପାଳନ 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ 🔴 ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଡ୍ରଗ୍ସ ଜବତ 🔴 ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ ପର୍ବ ପାଳନ 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ