ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ

୧ଲକ୍ଷ ପରେ ବି ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କ'ଣ ଟଙ୍କା ଆବଶ୍ୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ଶାସନ-ପ୍ରଶାସନକୁ ସ୍ୱାଧୀନତା ପରଠାରୁ ଚଳାଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ସମତେ ମନ୍ତ୍ରୀ ପରିଷଦ । ଆଉ ସେମାନେ ଏହି କାର୍ଯ୍ୟ ତୁଲାଇବା ପାଇଁ ରାଜକୋଷରୁ ନେଇଥାନ୍ତି ଦରମା । କିନ୍ତୁ ତାଙ୍କୁ କେତେ ଟଙ୍କା ମିଳେ ଆପଣ ମାନେ ଜାଣନ୍ତି କି ? ନଜର ପକାନ୍ତୁ ସମାଲୋଚନା ହାତରେ ଲାଗିଥିବା ଆରଟିଆଇ ତଥ୍ୟ ଉପରେ । ୯ଅକ୍ଟୋବର ୨୦୨୬ରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ କହୁଛି ରାଜ୍ୟର ମୁଖ୍ୟମନ୍ତ୍ରୀ ୪୧ ହଜାର ଟଙ୍କା, ଉପ ମୁଖ୍ୟମନ୍ତ୍ରୀ ୪୦ହଜାର ପାଞ୍ଚଶହ ଏବଂ ମନ୍ତ୍ରୀ ମାନେ ୪୦ହଜାର ଟଙ୍କା ବେତନ ପାଉଛନ୍ତି ।

ତା ବାଦ ଏମାନଙ୍କୁ ଆହୁରି ଅନେକ ଟଙ୍କା ବିଭିନ୍ନ ବ୍ୟୟ ବରାଦ ଆକାରରେ ମିଳିଥାଏ । ଯେମିତି କି କାର ଖର୍ଚ୍ଚ ବାବଦକୁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ୧୭ହଜାର ଓ ବ୍ୟୟ ଭତ୍ତା ୪୦ ହଜାର ରହିଥିବା ବେଳେ ଏମିତି ମିଶାଇ ୯୮ହଜାରରୁ ଅଧିକ ଟଙ୍କା ସରକାର ଚଳାଇବା ପାଇଁ ନେଇଥାନ୍ତି ଏହି ନେତା ମାନେ । ଏହା ବାଦ ଏମାନଙ୍କୁ ମିଳିଥାଏ ହସ୍ପିଟାଲ ମେଡିସିନ ଖର୍ଚ୍ଚ, ଘର ଭଡ଼ା ଖର୍ଚ୍ଚ, ଡେଲି ଯିବା ଆସିବା ଖର୍ଚ୍ଚ ଭଳି ଟଙ୍କା ନେଇଥାନ୍ତି । ତେବେ ଏହି ଚିଠି ସାମ୍ନାକୁ ଆସିବା ପରେ ମୋହନ ସରକାରଙ୍କ ମନ୍ତ୍ରୀ ମାନେ ଅର୍ଥ କେତେ ନେଉଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଚର୍ଚ୍ଚା କାହିଁକି ନା ନୂଆ ସରକାର ଆସିବା ବର୍ଦ୍ଧିତ ଭତ୍ତା ପାଇଁ ଯୋଜନା କରି ଆସୁଛନ୍ତି । ହେଲେ ବିଭିନ୍ନ ସ୍ତରରୁ ସମାଲୋଚନା ପରେ ପ୍ରତ୍ୟାହାର କରିବାକୁ ପଡ଼ିଥିଲା । ଆଉ ପୁଣି ଏହି ଚିଠି ବଢ଼ାଇଛି ଆଲୋଚନା । ୧୯୫୨ ଆଇନ ଅନୁଯାୟୀ ଏହି ଅର୍ଥ ପାଉଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ 🔴 ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଡ୍ରଗ୍ସ ଜବତ 🔴 ଆନନ୍ଦପୁରରେ ଏନକାଉଣ୍ଟର 🔴 ମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ଠାରୁ ମାତ୍ର ହଜାରେ ଅଧିକ ପାଉଛନ୍ତି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ 🔴 ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଡ୍ରଗ୍ସ ଜବତ