Masthead

ପ୍ରଚାର ମଇଦାନରେ ବିଜେଡିର ଦୁଇ ନେତା

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ପ୍ରଚାର ମଇଦାନରେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ଦୁଇ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଜାତୀୟ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜୁ ଜନତା ଦଳ ରେ ସାମିଲ ହେବା ପରେ ନିଜ ନିର୍ବାଚନମଣ୍ଡଳିରେ ଶ୍ରୀ ବିଶ୍ୱାଳ ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଜଗତସିଂହପୁର ନିର୍ବାଚନମଣ୍ଡଳିର ସମସ୍ତ କର୍ମୀମାନଙ୍କ ସହିତ ନୂଆପୋଲ ନିକଟରୁ ଏହି ବିଶାଳ ଶୋଭାଯାତ୍ରା କରାଯାଇ ଥିବାର ଦେଖା ଯାଇଛି ।

ଏହି ଶୋଭାଯାତ୍ରାରେ ଦୁଇ ନେତାଙ୍କ ସହିତ ସାଂସଦ ପାର୍ଥୀନୀ ଡକ୍ଟର ରାଜଶ୍ରୀ ମଲ୍ଲିକ ସାମିଲ ହେବା ସହିତ ଜଗତସିଂହପୁର ନିର୍ବାଚନମଣ୍ଡଳିର ସଭ୍ୟ ସରପଞ୍ଚ ଓ ଜିଲ୍ଲାପରିଷଦମାନେ ଏହି ଶୋଭାଯାତ୍ରା ସାମିଲ ହୋଇଥିଲା । ଅନ୍ୟପଟେ ଏହି ଶୋଭାଯାତ୍ରା ଜଗତସିଂହପୁରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚିବା ପରେ ଦୁଇ ନେତା ଓ ସାଂସଦ ପ୍ରାର୍ଥୀନୀ ମିଳିତ ହୋଇ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ କାମନା କରିଥିଲେ ।

ଅନ୍ୟପଟେ ଏହା ପରେ ଚର୍ଚ୍ଚିକା ବଜାର ନିକଟରେ ଅନୁଷ୍ଠିତ ହୋଇଥିବା ବିଶାଳ ସମାବେଶ ଦୁଇ ନେତା ଓ ସାଂସଦ ପ୍ରାର୍ଥୀନୀ ଓ ମାନ୍ୟଗଣ ଅତିଥିମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା ସହିତ କିପରି ଷଷ୍ଠ ଥର ଭାବ ମୁଖ୍ୟ କରିବା ଓ ଜଗତସିଂହପୁର ଜିଲ୍ଲାର ଚାରୋଟି ନିର୍ବାଚନମଣ୍ଡଳି ବିଜୁ ଜନତା ଦଳକୁ ଐତିହାସିକ ବିଜୟ କରିବା ସେ ସମ୍ବନ୍ଧରେ କର୍ମୀ ମାନଙ୍କୁ ବାର୍ତ୍ତା ଦେଇଥିଲେ କ୍ଷ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ