ପ୍ରଚାର ମଇଦାନରେ ବିଜେଡିର ଦୁଇ ନେତା

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ପ୍ରଚାର ମଇଦାନରେ ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ଦୁଇ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଜାତୀୟ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜୁ ଜନତା ଦଳ ରେ ସାମିଲ ହେବା ପରେ ନିଜ ନିର୍ବାଚନମଣ୍ଡଳିରେ ଶ୍ରୀ ବିଶ୍ୱାଳ ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଜଗତସିଂହପୁର ନିର୍ବାଚନମଣ୍ଡଳିର ସମସ୍ତ କର୍ମୀମାନଙ୍କ ସହିତ ନୂଆପୋଲ ନିକଟରୁ ଏହି ବିଶାଳ ଶୋଭାଯାତ୍ରା କରାଯାଇ ଥିବାର ଦେଖା ଯାଇଛି ।

ଏହି ଶୋଭାଯାତ୍ରାରେ ଦୁଇ ନେତାଙ୍କ ସହିତ ସାଂସଦ ପାର୍ଥୀନୀ ଡକ୍ଟର ରାଜଶ୍ରୀ ମଲ୍ଲିକ ସାମିଲ ହେବା ସହିତ ଜଗତସିଂହପୁର ନିର୍ବାଚନମଣ୍ଡଳିର ସଭ୍ୟ ସରପଞ୍ଚ ଓ ଜିଲ୍ଲାପରିଷଦମାନେ ଏହି ଶୋଭାଯାତ୍ରା ସାମିଲ ହୋଇଥିଲା । ଅନ୍ୟପଟେ ଏହି ଶୋଭାଯାତ୍ରା ଜଗତସିଂହପୁରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚିବା ପରେ ଦୁଇ ନେତା ଓ ସାଂସଦ ପ୍ରାର୍ଥୀନୀ ମିଳିତ ହୋଇ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ କାମନା କରିଥିଲେ ।

ଅନ୍ୟପଟେ ଏହା ପରେ ଚର୍ଚ୍ଚିକା ବଜାର ନିକଟରେ ଅନୁଷ୍ଠିତ ହୋଇଥିବା ବିଶାଳ ସମାବେଶ ଦୁଇ ନେତା ଓ ସାଂସଦ ପ୍ରାର୍ଥୀନୀ ଓ ମାନ୍ୟଗଣ ଅତିଥିମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବା ସହିତ କିପରି ଷଷ୍ଠ ଥର ଭାବ ମୁଖ୍ୟ କରିବା ଓ ଜଗତସିଂହପୁର ଜିଲ୍ଲାର ଚାରୋଟି ନିର୍ବାଚନମଣ୍ଡଳି ବିଜୁ ଜନତା ଦଳକୁ ଐତିହାସିକ ବିଜୟ କରିବା ସେ ସମ୍ବନ୍ଧରେ କର୍ମୀ ମାନଙ୍କୁ ବାର୍ତ୍ତା ଦେଇଥିଲେ କ୍ଷ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ