AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ R&B ଇଞ୍ଜିନିୟର ତପନ ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଯାଜପୁର ଜିଲ୍ଲା ବଡ଼ଚଣାସ୍ଥିତ ଆର୍ ଆଣ୍ଡ୍ ବି ଡିଭିଜନ୍‌ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି । କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରରେ ମୋଟ ୭ଟି ସ୍ଥାନରେ ଏହି ରେଡ୍ ଚାଲିଛି । AEE ତପନ ସେଠୀ ନିଜ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଛି ।

କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି । ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୬ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ଏପର୍ଯ୍ୟନ୍ତ  ୧ ଏକର ଜମିରେ ଫାର୍ମହାଉସ୍, ୩ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇଛି । ତା ସହିତ ୫୫୦ ଗ୍ରାମ ସୁନା, ୪ଟି ଗାଡ଼ି ଓ SBI ଲକର୍‌ ଠାବ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ 🔴 ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଡ୍ରଗ୍ସ ଜବତ 🔴 ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ ପର୍ବ ପାଳନ 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 AEEଙ୍କ ସମ୍ପତ୍ତିର ଲମ୍ବା ତାଲିକା 🔴 ‘ଭୁବନ ଖବର’ ସାପ୍ତାହିକ ଖବରକାଗଜ ଉଦଘାଟିତ 🔴 ଆସୁଛି ବଡ଼ ବାତ୍ୟା! ୨୭ କିମ୍ବା ୨୮ରେ ଆନ୍ଧ୍ର-ଓଡ଼ିଶା ଉପକୂଳରେ ହୋଇପାରେ ମାଡି 🔴 ଲୋକସେବା ଭବନରେ CMଙ୍କ ବଡ଼ ବୈଠକ 🔴 ୨୩ରେ ଲଘୁଚାପ ସମ୍ଭାବନା 🔴 ୫୭ ଦିନ ପରେ ଅଭିଯୁକ୍ତ ପୁଅ ଗିରଫ 🔴 ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଡ୍ରଗ୍ସ ଜବତ 🔴 ପୀଠରେ ନବମୀ, ମଣ୍ଡପରେ ଅଷ୍ଟମୀ ପର୍ବ ପାଳନ 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି