Masthead

ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଉଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଉଛନ୍ତି । ସପ୍ତମାତୃକା ବେଶର ଆଜି ହେଉଛି ପ୍ରଥମ ଦିନ । ଆଜି ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ଭଦ୍ରକାଳୀ ପୀଠ । କିନ୍ତୁ କରୋନା କଟକଣା ଯୋଗୁ ଏଥର ଫିକା ପଡ଼ିଛି ମା’ଙ୍କ ପୂଜା । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୀଠରେ ୧୪୪ ଧାରା ଜାରି କରାଯାଇଛି । ସେଥିଲାଗି ଦୂର ଦୁରାନ୍ତରୁ ଆସିଥିବା ଭକ୍ତଟି ମନକଷ୍ଟରେ ଫେରିଯାଉଛି ।

ବିଧି ଅନୁଯାୟୀ ମା’ଙ୍କ ପୂଜା ହେଉଛି । ଆଜି ବେଦମାତା ବେଶରେ ମା’ଙ୍କ ଦର୍ଶନ କଲେ ପରିବାରର ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ କରୋନା କଟକଣା ଯୋଗୁ ଭକ୍ତ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛି । ଅନ୍ୟପଟେ ବ୍ୟବସାୟୀଙ୍କ ମଧ୍ୟରେ ବି ନୈରାଶ୍ୟ ଦେଖିବାକୁ ମିଳିଛି । ଗତ ୬ମାସ ହେବ ହାତବାନ୍ଧି ବସିଥିଲେ ବ୍ୟବସାୟୀ । ଅପେକ୍ଷା କରିଥିଲେ କାଳୀପୂଜାରେ କିଛି ବେପାର ହେବ । ସେଥିଲାଗି ପୂର୍ବରୁ ବହୁ କିସମର ଭୋଗ ମଧ୍ୟ ତିଆରି କରିସାରିଥିଲେ । କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ । ଏଥିଲାଗି ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି