Masthead

ସେବା ହିଁ ଆମ ଦୀପାବଳି

କଟକ (ବଡ଼ ଖବର ବ୍ୟୁରୋ): ଆଲୋକର ପର୍ବ ଦୀପାବଳି । ସବୁଠୁ ଅଲଗା, ସ୍ୱତନ୍ତ୍ର ଓ ନିଆରା । ପରିବାରକୁ ଏକଜୁଟ କରିଦିଏ ଏହି ପର୍ବ । ଛୋଟରୁ ବଡ଼ ସମସ୍ତଙ୍କ ମନରେ ଆନନ୍ଦ ଆଣିଥାଏ ଦିପାବଳି । କରୋନା କଟକଣା ଭିତରେ ମଧ୍ୟରେ ହସଖୁସିରେ ପାଳନ କରାଯାଉଛି ଏହି ପର୍ବ । ବାଣଫୁଟାକୁ ବାରଣ ଅଛି କିନ୍ତୁ ଦୀପ ସବୁଠି ଜଳୁଛି । ଘରେ ବାହାରେ, ଛାତ ଉପରେ ଦୀପ ଜଳାଇ ଲୋକେ ଖୁସି ମନାଉଛନ୍ତି ।

କରୋନା ମହାମାରୀ ସବୁକିଛି ବଦଳାଇ ଦେଇଛି । ଦୀର୍ଘଦିନର ଲକଡାଉନ-ସଟଡାଉନ ପରେ ଜୀବନ ଜୀବିକା ସ୍ୱଭାବିକ ହେବାରେ ଲାଗିଛି । କିନ୍ତୁ କରୋନା ଯୋଦ୍ଧାଙ୍କ କାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ନିରବଛିନ୍ନ ଭାବେ ଲୋକଙ୍କ ସେବାରେ ଲାଗିଛନ୍ତି । କରୋନା ଆରମ୍ଭରୁ ଜୀବନକୁ ବାଜିରେ ଲଗାଇ ଦିନରାତି ଲାଗିଛନ୍ତି ଲୋକଙ୍କ ସେବାରେ । ମୁଖ୍ୟତଃ ଡାକ୍ତରୀ ଟିମ୍ । ଡାକ୍ତର, ପାରାମେଡିକାଲ ଷ୍ଟାଫ୍, ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର ଆଦିଙ୍କ ନିଃସ୍ୱାର୍ଥ ସେବାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ ।

ଦୀପାବଳି ବର୍ଷର ଏକମାତ୍ର ସମୟ ଯେଉଁଥିରେ ଡାକ୍ତରମାନେ କାମରୁ ବିରତି ନେଇଥାନ୍ତି । କିନ୍ତୁ ଏ ବର୍ଷ ଛୁଟିଦିନକୁ ବଳିଦାନ ଦେଇ ରୋଗୀ ସେବାରେ ଜଡ଼ିତ ଅଛନ୍ତି । ରାଜ୍ୟରେ କରୋନା ଭାଇରସ ସଂକ୍ରଣମରେ ପ୍ରାଣ ହରାଇଥିବା ୧୫ ଶହ ଲୋକଙ୍କ ମଧ୍ୟରୁ ୫୦ରୁ ଅଧିକ ଡାକ୍ତର ଅଟନ୍ତି ।

କଟକ ବଡ଼ ମେଡିକାଲରେ କାର୍ୟ୍ୟ କରୁଥିବା ବରଗଡ଼ର ଡାକ୍ତର ମୋହନ କହିଛନ୍ତି “ମୁଁ ଦୀପାବଳିରେ ମଧ୍ୟ ଲୋକଙ୍କ ସେବା କରିବାକୁ ମନସ୍ଥ କରିଛି । ଯେତେବେଳେ ମୁଁ ଡାକ୍ତର ହେବାକୁ ଇଚ୍ଛାକଲି, ମୋ ପରିବାର ମୋତେ କହିଥିଲେ ଯେ ମୁଁ ଯଦି ମୋର ଶତ ପ୍ରତିଶତ ଦେଇପାରିବି ତେବେ ମୁଁ ଏହି ବୃତ୍ତି ଗ୍ରହଣ କରିବା ଉଚିତ୍ । ମୁଁ କେବଳ ତାହା ହିଁ କରୁଛି, ଲୋକଙ୍କ ସେବା ହିଁ ମୋର ପ୍ରଥମ କର୍ତ୍ତବ୍ୟ । ସେ ଆହୁରି ମଧ୍ୟ କହିଛନ୍ତି, “ଯୁବ ଡାକ୍ତର ଭାବରେ ଆମର ଜୀବାଣୁ ପ୍ରତିରୋଧ ପାଇଁ ଉତ୍ତମ ପ୍ରତିରକ୍ଷା ଅଛି । ତେଣୁ ଆଗଭର ହୋଇ ନେତୃତ୍ୱ ନେବା ଆମର କର୍ତ୍ତବ୍ୟ। ”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବନ୍ୟା ଯୋଗୁଁ ୭ ଯାଇଛି ଜୀବନ: ସୁରେଶ ପୂଜାରୀ 🔴 ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ 🔴 MMDR ତାତି: ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି ଗୃହ 🔴 ଓଡ଼ିଶାକୁ ନୟାନ୍ତ କରିବ ବର୍ଷା 🔴 ପାଠ ପଢିବା ବଦଳରେ ପିଲା କରୁଛନ୍ତି କାମ 🔴 ଗାନ୍ଧି ମାର୍ଗରେ ଗର୍ଜିଲା ବିଜେଡି 🔴 ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼େ ମାଡ଼ି ଆସୁଛି.. 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ