Masthead

ବୋରୱେଲ ଭିତରେ ଫଶିଛି ୪ ବର୍ଷର ଶିଶୁ

ବିହାର (ବଡ଼ ଖବର ବ୍ୟୁରୋ):  ବିହାର ନାଳନ୍ଦା ଜିଲ୍ଲାରେ ବୋରୱେଲରେ ଫସିଛି ୪ ବର୍ଷର ଶିଶୁ । ଶିଶୁକୁ ଉଦ୍ଧାର କରିବାପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଏନଡିଆରଏଫ ଏବଂ ଅଗ୍ନିଶମ ବାହୀନିି ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ପିଲାଟି ଜୀବିତ ଅଛି । ପିଲାଟିର ସ୍ୱର ଶୁଣିବାକୁ ମିଳୁଛି । ଡୋମନ୍ ମାଞ୍ଝୀଙ୍କ ପୁଅ ଶୁଭମ କୁମାର ରବିବାର ସକାଳ ୯ଟା ବେଳେ ଖେଳୁଥିବାବେଳେ, ଅଚାନକ ବୋରୱେଲ ଭିତରେ ପଡିଯାଇଥିଲେ ।

ଏହାପରେ କୁନି ପୁଅଟି ସହ ଖେଳୁଥିବା ତା ସାଙ୍ଗମାନେ ଆସି ଘରେ ସୂଚନା ଦେଇଥିଲେ । ପରେ ପରେ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ଲାଗିଥିଲା, ଆଉ ଏବେ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଆସି ପହଞ୍ଚିଛି । ଜିଲ୍ଲା ପ୍ରଶାସନ ତରଫରୁ ବୋରୱେଲ ଭିତରକୁ ସିସିଟିଭି କ୍ୟାମେରା ପହଞ୍ଚାଇ ଶିଶୁଟି ଉପରେ ନଜର ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ