Masthead

ଇଦ ପର୍ବରେ ଉଦ୍ଧାର ହେଲା ଗୋରୁ ବୋଝେଇ ଗାଡି

କାକଟପୁର(ବଡ଼ ଖବର ବ୍ୟୁରୋ):ଗତକାଲି ଥିଲା ମୁସଲିମ ସମ୍ପ୍ରଦାୟର ବଡ ପର୍ବ ଇଦ । ଏହି ପର୍ବରେ ପଶୁମାନଙ୍କୁ ବଳି ଦେଇ ତାଙ୍କ ମାଂସ ଖାଇବା ପ୍ରଥା ରହିଥିବାବେଳେ ଗତକାଲି ପୁରୀ ଜିଲ୍ଲା କାକଟପୁର ନୟାହାଟ ଅଞ୍ଚଳର ମୁଖ୍ୟ ରାସ୍ତା ଦେଇ ଏକ ଭ୍ୟାନରେ ୧୫ରୁ୨୦ ଗାଈ ସମେତ ବାଛୁରୀର ହତ୍ୟା ପାଇଁ ବେଆଇନ ଭାବରେ ଚଲୋଣ ହେବା ବିଫଳ ହୋଇଛି ଗୋ ମାଫିଆଙ୍କର । ମୁସଲିମ ଓ ହିନ୍ଦୁ ମିଳିତ ଭାବରେ ଏକାଠି ହୋଇ ଗୋଚାଲାଣ ଗାଡିକୁ ଅଟକାଇ ପୋଲିସ ଜିମା ଦେଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ କାକଟପୁର ନୟାହାଟ ଅଞ୍ଚଳରୁ ପ୍ରତିଦିନ ଅନେକ ଗାଈ ବାଛୁରୀ ଗାଡ଼ିରେ ବୋଝେଇ ହୋଇ ବାହାର ରାଜ୍ୟକୁ ପଠାଯାଉଥିବାର ଦୃଶ୍ୟ ପୂର୍ବରୁ ରହିଛି । ଦିନକୁ ଦିନ ଗୋ-ଚାଲାଣ ଗୋ-ହତ୍ୟା ବଢିବା କାରଣରୁ, ଅନେକ ସମୟରେ ହିନ୍ଦୁ ମୁସଲିମ ଭାଇଚାରା ଖରାପ ହେଉଛି । ଗୋହତ୍ୟା କରୁଥିବା, ଅମାନୁଷିକତା ଭାବରେ ଗୋଚାଲାଣ କରୁଥିବା ଗୋମାଫିଆଙ୍କ ବିରୋଧରେ ଦୃଢ଼ ଆଇନ ଆସିବା ସହ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ଉଚିତ ବୋଲି ଗୋ-ଗାଡି ଅଟକାଇଥିବା ହିନ୍ଦୁ ମୁସଲିମ ବ୍ୟକ୍ତି ବିଶେଷ ମାନେ ପ୍ରତିକ୍ରିୟା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ