Masthead

ଟିକା ନାଁରେ ଆସିଲା ଅଭିଯୋଗ

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): କୋଭିସିଲ୍ଡ ଟିକାକୁ ନେଇ ଆସିଲା ଅଭାବନୀୟ ଘଟଣା । ଟିକା ନେବା ପରେ ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି । ଏନେଇ ସିରମ ଇନଷ୍ଟିଚ୍ୟୁଟର ସିଇଓଙ୍କ ବିରୋଧରେ ଏକ ମାମଲା ଦାଏର ହୋଇଛି । କୋଭିସିଲ୍ଡ ଟିକା ନେଇଥିବା ଉତ୍ତରପ୍ରଦେଶ ଲକ୍ଷ୍ନୌ ଆସିଆନା ଅଞ୍ଚଳର ପ୍ରତାପ ଚନ୍ଦ୍ର ଏହି ମାମଲା ଦାଏର କରିଛନ୍ତି । ଏହାଛଡ଼ା ସେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଓ ଆଇସିଏମଆର ନିର୍ଦ୍ଦେଶକ ବଳରାମ ଭାର୍ଗବ ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ନିର୍ଦ୍ଦେଶକ ଅପର୍ଣ୍ଣ ଉପାଧ୍ୟାୟଙ୍କୁ ସାମିଲ କରିଛନ୍ତି । ତେବେ ପ୍ରତାପ ଚନ୍ଦ୍ର ଗତ ଏପ୍ରିଲ ୧୮ରେ କୋଭିସିଲ୍‌ଡ ଟିକାର ପ୍ରଥମ ମାତ୍ରା ନେଇଥିଲେ। ଏହାର ୨୮ ଦିନ ପରେ ସେ ଦ୍ବିତୀୟ ମାତ୍ରା ନେବା କଥା। ମାତ୍ର ସମୟ ବ୍ୟବଧାନକୁ ୬ ସପ୍ତାହରୁ ୧୨ ସପ୍ତାହକୁ ବୃଦ୍ଧି କରାଯାଇଛି ବୋଲି ସରକାର ଘୋଷଣା କରିଥିବା ତାଙ୍କୁ କୁହାଗଲା।

ଅପରପକ୍ଷେ, ପ୍ରଥମ ମାତ୍ରା ନେଲା ପରେ ଜଣକ ଶରୀରରେ ଉତ୍ତମ ସ୍ତରର ଆଣ୍ଟିବଡି ବିକଶିତ ହୋଇଥିବ ବୋଲି ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ଶ୍ରୀ ଭାର୍ଗବ କହିଥିଲେ। ଏକ ସରକାରୀ ଅନୁମୋଦିତ ଲାବୋରାଟରିରେ ପ୍ରତାପ ଚନ୍ଦ୍ର ତାଙ୍କର କୋଭିଡ୍‌ ଆଣ୍ଟିବଡି ଜିଟି ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ଶରୀରରେ ଆଦୌ ଆଣ୍ଟିବଡି ବିକଶିତ ହୋଇନଥିବା ଜଣାପଡ଼ିଥିଲା। ସେପଟେ ତାଙ୍କ ରକ୍ତରେ ପ୍ଲେଟଲେଟ ସ୍ତର ୩ ଲକ୍ଷରୁ ଦେଢ଼ ଲକ୍ଷକୁ ଖସି ଆସିଥିବା ଜଣାପଡ଼ିଥିଲା। ଟିକା ଗ୍ରହଣ କରି ସେ କରୋନାଭୂତାଣୁ ପ୍ରତି ବେଶୀ ସଂକ୍ରମଣପ୍ରବଣ ହୋଇପଡ଼ିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏ ସମ୍ପର୍କରେ ମାମଲା ରୁଜୁ କରିବା ଆଗରୁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିବା ଜଣାଯାଇଛି। ତେବେ ମାମଲା ରୁଜୁ ନକଲେ ଅଦାଲତର ଆଶ୍ରୟ ନେବେ ବୋଲି ଆବେଦନକାରୀ ଧମକ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା