Masthead

ଜଙ୍ଗଲରେ ଅଙ୍ଗନୱାଡି ଘର

କଟକ, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଦିନିଆିରି ପଞ୍ଚାୟତ ବେଲପଡା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣକୁ ନେଇ ଅସନ୍ତୋଷ । ଗାଁ ମଝିରେ ସରକାରୀ ଜମି ଥିଲେ ମଧ୍ୟ ସେଠାରେ ତିଆରି କରାଯାଉନାହିଁ । ଗାଁ ଠାରୁ ୧ କି.ମି ଦୂର ଜଙ୍ଗଲ ନିକଟରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରାଯାଉଛି । ଜଙ୍ଗଲକୁ ଲାଗି ନାଳ, ଶ୍ମଶାନ ରହିଛି । ଯାହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ ।

ଗାଁଲୋକେ ଏନେଇ ତହସିଲଦାର, ବିଡ଼ିଓ, କଲେକ୍ଟରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତହସିଲଦାର କ୍ଷେତ୍ର ପରିଦର୍ଶନରେ ଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ । ଉକ୍ତ ସ୍ଥାନଟି ଉପଯୁକ୍ତ ହୋଇନଥିବାରୁ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି । ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଯାଇଥିଲେ ସୁଦ୍ଧା ଫଳକରେ କିଛି ଲେଖା ହୋଇନାହିଁ । ଯାହାକୁ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ବିରକ୍ତ ହୋଇଥିଲେ ତହସିଲଦାର ।
ସେପଟେ ନିର୍ମାଣ କାର୍ଯ୍ୟ ବନ୍ଦ ହେବାରୁ କିଛି ନେତା ଅଭିଯୋଗକାରୀଙ୍କ ନାମରେ ଥାନାରେ ମିଥ୍ୟା ମକଦ୍ଦମା ରୁଜୁ କରାଇଛନ୍ତି । । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ବାରମ୍ବାର ଅଭିଯୋଗ ପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସ୍ୱଚ୍ଛ ପ୍ରଶାସନ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନବାଚୀ । ନ୍ୟାୟ ପାଇଁ ଜନସାଧାରଣ ଖୁବଶୀଘ୍ର ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ବେଲପଡା ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର