Masthead

ମେଟ୍ରୋ ଷ୍ଟେସନରୁ ବିଡ଼ାବିଡ଼ା ଟଙ୍କା ଜବତ

(ବଡ଼ ଖବର ବ୍ୟୁରୋ):  ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ମେଟ୍ରୋ ଷ୍ଟେସନରୁ ବିଡ଼ାବିଡ଼ା ଟଙ୍କା ଜବତ ହୋଇଛି । ଗୋଟିଏ ବ୍ୟାଗ ମଧ୍ୟରେ ୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଏହି ବ୍ୟାଗକୁ ସିଆଇଏସଏଫ ଜବତ କରିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଲାଲା କିଲା ମେଟ୍ରୋ ଷ୍ଟେସନରୁ ଅକ୍ଟୋବର ୨୩ରେ ଏହି ଟଙ୍କା ଜବତ ହୋଇଛି । ମିଳିଥିବା ଟଙ୍କା ସହ ଜଣେ ରାଜୁ ରଞ୍ଜନ ନାମକ ଲୋକକୁ ଅଟକ ରଖା ଯାଇଛି । ତେବେ ରାଜୁ ଗୋଟିଏ ପ୍ଲାଷ୍ଟିକ କମ୍ପାନୀରେ କାମ କରନ୍ତି। ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକ ରଖିବା ପରେ ସେ ମେଟ୍ରୋ ଷ୍ଟେସନକୁ ତାଙ୍କର କିଛି ସହଯୋଗୀଙ୍କୁ ମଧ୍ୟ ଡାକିଥିଲେ ।

 

ତେବେ ରାଜୁ କୌଣସି ପ୍ରକାରର ଉପଯୁକ୍ତ ଦସ୍ତାବିଜ ସୁରକ୍ଷାକର୍ମୀଙ୍କୁ ଦେଖାଇ ନପାରିବାରୁ ଆୟକର ବିଭାଗକୁ ଏ ସର୍ମ୍ପକରେ ଖବର ଦିଆଯାଇଥିଲା । ତେବେ ଆୟକର ବିଭାଗ ରାଜୁଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ପ୍ଲାଷ୍ଟିକ କମ୍ପାନୀର ମାଲିକ ଅଶୋକ ବନସଲଙ୍କୁ ଡାକିଥିଲେ । ଅଶୋକଙ୍କ ଘର ହେଉଛି ଚଣ୍ଡିଗଡ଼ରେ । ସେ ମଧ୍ୟ ଏତେ ପରିମାଣର ନଗଦ ଟଙ୍କା କେଉଁଠିକୁ ଓ କାହିଁକି କର୍ମଚାରୀଙ୍କ ଦ୍ୱାରା ଟ୍ରାନ୍ସପୋର୍ଟ କରୁଥିଲେ , ତାର କିଛି ଉତ୍ତର ଦେଇ ପାରି ନଥିଲେ । ଫଳରେ ଆୟକର ବିଭାଗ ଟଙ୍କା ଗୁଡିକୁ ଜବତ କରିଛି । ଏ ନେଇ ଅଧିକ ତଦନ୍ତ ମଧ୍ୟ କରୁଛି ଆୟକର ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ