କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ମୋହନା (ବଡ଼ ଖବର ବ୍ୟୁରୋ): ଦାଦନ ଦୁଃଖ କମିବାରେ ନାମ ନେଉନାହିଁ । ପୁଣି ଏକ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡ଼ଶିନ୍ଧବା ପଞ୍ଚାୟତ ଗାନ୍ଧୀନଗର ଗାଁରେ। ଗାଁ ର ଶୁଭେନ ମାଳି ଘରର ଆର୍ଥିକ ଅନଟନ ସୁଧାରିବା ପାଇଁ କିଛି ଦିନ ପୂର୍ବରୁ କେରଳ ଯାଇଥିଲା ଟଙ୍କା ରୋଜଗାର କରିବା ପାଇଁ। ଘରେ ତିନୋଟି ଭଉଣୀର ପାଠ ପଢ଼ା ସାଙ୍ଗକୁ ବାପା ମା ଙ୍କ ଦାୟିତ୍ବ ବଢିଥିଲା । ଘରେ ରୋଜଗାର କରିବା ପାଇଁ ଏକ ମାତ୍ର ସାହା ରହିଥିଲା ସୁଭେନ ମାଳି। ହେଲେ ଦଇବ ସାଜିଲା ଦାଉ କେରଳ ରେ ପହଞ୍ଚି ଏକ ଘରୋଇ କମ୍ପାନୀ ରେ କାମ କରୁଥିବା ସମୟରେ ହଟାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା। ଯାହା ଫଳରେ ସେଠାରେ ଚିକିତ୍ସା କରି ଗାଁକୁ ଟ୍ରେନ୍ ରେ ଆସୁଥିଲେ। ଆସିବା ସମୟରେ ବିଜୟୱାଡ଼ା ରେଳ ଷ୍ଟେସନ ନିକଟରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଶୁଭେନଙ୍କ ସାଥିରେ ଆସୁଥିବା ସମ୍ପର୍କୀୟ ଭାଇ ତାଙ୍କ ପରିବାର ମୃତ୍ୟୁର ଖବର ଦେଇଥିଲେ । ଖବର ପାଇବା ପରେ ଅତି ଗରିବ ପରିବାର ହୋଇଥିବାରୁ କିଭଳି ଭାବେ ଶୁଭେନଙ୍କ ମରଶରୀର ଗାଁକୁ ଅଣାଯିବ ତାହା ଭାଙ୍ଗି ପଡ଼ିଥିଲେ। ମୃତ୍ୟୁ ଖବର ଗାଁ ଲୋକେ ଶୁଣିବା ପରେ ମର ଶରୀର ଆଣିବା ପାଇଁ ଚାନ୍ଦା ଆଦାୟ କରି ମରଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା। ଗାଁରେ ସୁଭେନଙ୍କ ଶବ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଛି। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗାଁ ଲୋକଙ୍କ ସହ ପରିବାର ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ