Masthead

ଲକି ନମ୍ବର ହୋଇଗଲା ଅନଲକି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଅହମଦାବାଦ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି। ଏହି ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିମାନ ଅହମଦାବାଦରୁ ଲଣ୍ଡନ ଯାଉଥିଲା, ଯେଉଁଥିରେ ବିଜୟ ରୂପାନୀ ମଧ୍ୟ ଯାତ୍ରା କରୁଥିଲେ। ରୂପାନୀ ତାଙ୍କ ପତ୍ନୀ ଅଞ୍ଜଳି ଏବଂ ଝିଅଙ୍କୁ ଭେଟିବାକୁ ଯାଉଥିଲେ।  ବିଜୟ ରୁପାନୀଙ୍କ ମୃତୁ୍ୟ ତାରିଖ ୧୨ ଜୁନ୍ ଅର୍ଥାତ ୧୨-୦୬ ଥିଲା । ଏହି ତାରିଖକୁ ନେଇ ନେଇ ସଂଯୋଗ ସାମ୍ନାକୁ ଆସିଛି ।

ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ପାଇଁ ‘୧୨୦୬’ ନମ୍ବର ଲକି ଥିଲା । ଏହି ନମ୍ବରରେ ତାଙ୍କ ପାଇଁ ଏତେ ଖାସ୍ ଥିଲା କି ସେ ତାଙ୍କ ଗାଡି ନମ୍ବର ବି ଏହା ଥିଲା । ବିଜୟ ରୂପାନୀଙ୍କ ପ୍ରଥମ କାର ଏବଂ ତାଙ୍କ ପୁରୁଣା ସ୍କୁଟରରେ ମଧ୍ୟ ୧୨୦୬ ନମ୍ବର ଥିଲା। ବିଜୟ ରୂପାନୀଙ୍କ ଏହି ନମ୍ବରକୁ ତାଙ୍କ ପାଇଁ ବହୁତ ଶୁଭ ମନେ ହେଉଥିଲା। ଆଜି ବି ତାଙ୍କ ଘର ଆଗରେ ୧୨୦୬ ନମ୍ବରର ସ୍କୁଟି ଛିଡା ହୋଇଛି । ତାଙ୍କ କାର ନମ୍ବର ବି ‘୧୨୦୬’ । ବିଜୟ ରୁପାନି ଏହି ନମ୍ବରକୁ ବହୁତ ଲକି ମାନୁଥିଲେ । ହେଲେ ଗୁରୁବାର ଏହି ସଂଖ୍ୟା ତାଙ୍କ ପାଇଁ ଅଶୁଭ ପ୍ରମାଣିତ ହେଲା । ସଂଯୋଗର କଥା ହେଉଛି, ବିମାନ ଦୁର୍ଘଟଣା ୧୨-୦୬ରେ ହୋଇଥିଲା । ଯାହା ତାଙ୍କ ଜୀବନର ଶେଷ ଦିନ ହୋଇଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା