Masthead

କନ୍ୟାକୁମାରୀଠୁ କାଶ୍ମୀର ଗୋଟିଏ ନାଁ: ରାହୁଲ

ସଂସଦରେ ଦେଖାଇଲେ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୌତମ ଆଦାନୀ ପ୍ରସଙ୍ଗରେ ସାରା ଦେଶରେ ଚର୍ଚ୍ଚା ଜୋରଦାର ଜାରି ରହିଛି । ଏହା ମଧ୍ୟରେ ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ବେଳେ ରାହୁଲ କହିଛନ୍ତି, ତାଙ୍କର କନ୍ୟାକୁମାରୀଠୁ କାଶ୍ମୀର ଯାଏଁ ପଦଯାତ୍ରା ସମୟରେ ସବୁଠି ସେ କେବଳ ଜଣିଏ ଶିଳ୍ପପତିଙ୍କ ନାଁ ଶୁଣିଲେ । ସେ ହେଉଛନ୍ତି ଗୌତମ ଆଦାନୀ । ଏହା ସହ ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ବୋଲି ପ୍ରଶ୍ନ କରିଛନ୍ତି ।

ଏହା ସହ ସେ ଉଭୟଙ୍କ ଏକ ଫଟୋଚିତ୍ରକୁ ମଧ୍ୟ ଲୋକସଭାରେ ପ୍ରଦର୍ଶିତ କରିଛନ୍ତି । ରାହୁଲ କହିଛନ୍ତି, ତାମିଲନାଡୁ, କେରଳରୁ ନେଇ ହିମାଚଳପ୍ରଦେଶ ଯାଏଁ ଆମେ ସବୁଠି କେବଳ ଆଦାନୀଙ୍କ ନାଁ ଶୁଣିଲୁ । ଲୋକେ ମୋତେ ପଚାରୁଥିଲେ, ଆଦାନୀ କେମିତି ଯେକୌଣସି ବିଜନେସ ବି କଲେ ସେଥିରେ କେବେ ବିଫଳ ହେଉନାହାନ୍ତି । ରାହୁଲ ଅଭିଯୋଗ କରିଛନ୍ତି, ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଆଦାନୀଙ୍କ ସହ ସଂପର୍କ ଆରମ୍ଭ ହୋଇଥିଲା ।

ଆଦାନୀ ମୋଦିଙ୍କ ବିଶ୍ୱସ୍ତ ହୋଇ ରହିଲେ ଓ ସବୁବେଳେ ସାହାଯ୍ୟ କଲେ । ମୋଦି ୨୦୧୪ରେ ଦିଲ୍ଲୀ ସିଂହାସନରେ ପହଂଚିବା ପରେ ଆଦାନୀଙ୍କ ବ୍ୟବସାୟ ମ୍ୟାଜିକ ଭଳି ସଫଳତା ପାଇବାକୁ ଲାଗିଲା । ତେବେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜ୍ଜୁ ରାହୁଲଙ୍କୁ କାଉଂଟର ଆଟାକ କରିଛନ୍ତି । ରାହୁଲ ଯେଉଁ ଅଭିଯୋଗ କରୁଛନ୍ତି, ତାହାର ପ୍ରମାଣ ରଖିବାକୁ ଆହ୍ୱାନ ଦେଇଛନ୍ତି । ସେପଟେ ସଂସଦ ଫ୍ଲୋରରେ ପ୍ରଧାନମନ୍ତ୍ରୀ ଓ ଗୌତମ ଆଦାନୀଙ୍କ ଫଟୋ ପ୍ରଦର୍ଶନକୁ ବାଚସ୍ପତି ଓମ ବିର୍ଲା ମଧ୍ୟ ନାପସନ୍ଦ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି