Masthead

‘ଦେଶର ଏକ ଅଂଶ ଜଳୁଛି , ଗୁରୁତ୍ୱ ଦେଉନାହାନ୍ତି ସରକାର’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଜଳୁଛି ମଣିପୁର । ଥମୁନି ହିଂସା । ଦୁଇ ସମୁଦାୟ କୁକି ଓ ମୈତେଇ ମଧ୍ୟରେ ବିବାଦ ପୁଣିଥରେ ବୃଦ୍ଧି ପାଇଥିବ ଜଣାପଡିଛି । ପୁଣିଥରେ ମଣିପୁରରେ ହିଂସା ଯୋଗୁଁ ଇମ୍ପାଲ ଓ ପଶ୍ଚିମ ଇମ୍ପାଲ ଜିଲ୍ଲାରେ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି । କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ । କିଛି ଲୋକ ବିଷ୍ଣୁପୁର କୱକଟାରେ ଭାରତୀୟ ସେନା ଦ୍ୱାରା ପ୍ରସ୍ତୁତ ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିଥିଲେ । ଏହାପରେ ଗୁରୁବାର ସଂଧ୍ୟାରେ ମଧ୍ୟ ବିଷ୍ଣୁପୁର ଜିଲ୍ଲାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ମଣିପୁରକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ସରକାର । ମଣିପୁର ହିଂସାକୁ ନେଇ କଂଗ୍ରେସ ଟ୍ୱିଟ କରି କହିଛି ମଣିପୁରରେ ଏବେ ବି ହିଂସା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କର ମୃତ୍ୟୁ ହଲାଣି । ଅନେକ ସ୍ଥାନରେ ଦଙ୍ଗା ମଧ୍ୟ ଜାରି ରହିଛି । ଦେଶର ଏକ ଅଂଶ ଜଳୁଛି କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ଦୁନିଆରେ ବ୍ୟସ୍ତ ଅଛନ୍ତି। ଏହା ସେମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା