ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ମାଡ଼ି ମାଡ଼ି ଚାଲିଛି। ଗତକାଲି ସୁଦ୍ଧା ୨୩,୧୪୫ ନମୁନା ପରୀକ୍ଷା ହୋଇଥିବାବେଳେ ୧୧୭୭ ଜଣ ଏପର୍ୟ୍ୟନ୍ତ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସମାନ ସମୟରେ ଗତବର୍ଷ ୧୪,୬୭୦ ପରୀକ୍ଷା ହୋଇଥିବାବେଳେ ୧୦୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅର୍ଥାତ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଉଭୟ ପରୀକ୍ଷଣ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ରାଜ୍ୟରେ ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରେ ସର୍ବାଧିକ ୬୦ ପ୍ରତିଶତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ତିନିଟି ଦଳ କରାଯାଇଛି। ଯେଉଁମାନେ କି ଘରକୁ ଘର ଯାଇ ସଚେତନତା କରି ଏ ଦିଗରେ ଅଧିକ ପଦକ୍ଷେପ ଗ୍ରହଣ କରି ବିବରଣୀ ଦେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୨୦୨୨ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ସ୍ଥିତି ଉଦବେଗଜନକ ରହିଛି। ପରୀକ୍ଷଣ ବୃଦ୍ଧି ହୋଇଥିବାବେଳେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଏହାକୁ ଗୁରୁତର ସହିତ ନେଇଛି ସ୍ବାସ୍ଥ୍ୟ ବିଭାଗ। କିଭଳି ସଂଖ୍ୟାରେ ଆହୁରି ବୃଦ୍ଧି ନ ହେବ ସେଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ବିଶେଷ କରି ମଶା ଉତ୍ସ ନଷ୍ଟ କରିବାକୁ ପ୍ରାଥମିକତା ଦିଆଯାଇଛି। ମଶା ଉତ୍ସ ନଷ୍ଟ ହେଲେ ଡେଙ୍ଗୁ ବୃଦ୍ଧି ଉପରେ ରୋଗ ଲାଗିପାରିବ। ଗୋଷ୍ଠୀ ସହିତ ପରିବେଶ ଏବଂ ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ରଭାବେ ନଜରରେ ରଖାଯାଇଛି। ଏହାସହିତ ରାଜ୍ୟର ୪୧ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷଣ କରାଯାଉଛି। ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ଡେଙ୍ଗୁ ପରୀକ୍ଷା କରାଇନେବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ