କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ମାନବିକତା ଦେଖାଇଲେ ୧୦୮ କର୍ମଚାରୀ । ଏଭଳି ଘଟଣାଟି ଆସିଛି କେନ୍ଦୁଝର ଜିଲ୍ଲାର ଗୌୟଳ ମୁଣ୍ଡା ଗ୍ରାମପଞ୍ଚାୟତ କନ୍ତଳା ଗ୍ରାମରେ । ସେହି ଗ୍ରାମର ସୀତା ବିରୁଆ ନାମକ ଜଣେ ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା । ଉକ୍ତ ଗାଁରେ ଭଲ ରାସ୍ତା ନଥିବାରୁ ତାଙ୍କୁ ଖଟିଆରେ ବୁହା ହେବା ଭଳି ପରିସ୍ଥିତି ମଧ୍ୟ ଉପୂଜିଥିଲା ।
ତେବେ ଆମ୍ବୁଲାନ୍ସରେ ଆସିଥିବା ଇଏମଟି କେଦାର ନାଥ ମହାନ୍ତ , ହେଲ୍ପର ଭରତ ମହାନ୍ତ ଓ ଡ୍ରାଇଭର ରଞ୍ଜିତ ମହାନ୍ତ ଷ୍ଟ୍ରେଚର ଧରି ରୋଗୀଙ୍କୁ ୨କିମି ପଯ୍ୟନ୍ତ ବୋହି ଆଣିଥିଲେ । ଅନ୍ୟପଟେ ଗର୍ଭବତୀ ମହିଳା ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି ।