Masthead

ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ : ଉଦ୍ଧବ ଠାକରେ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ଦେଖାଦେଇଛି ପୁଣି ଥରେ ରାଜନୈତିକ ଉଷ୍ମତା । ଗତକାଲି ସଞ୍ଜୟ ରାଉତଙ୍କ ମନ୍ତବ୍ୟ ଉପରେ ଉଦ୍ଧବ ଠାକରେ ଖୁସି ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ରାଜ୍ୟରେ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ । ଉଦ୍ଧବ ଜାଲଗାଓଁ ଜିଲ୍ଲାରେ ଏକ ରାଲିରେ ସମ୍ବୋଧିତ କରି କହିଛନ୍ତି ନିର୍ବାଚନ ଯେ କୌଣସି ସମୟରେ ହୋଇପାରେ । ଏଥିପାଇଁ ତାଙ୍କ ଦଳ ପ୍ରସ୍ତୁତ ଅଛି । ଗତକାଲି ସଞ୍ଜୟ ରାଉତ ଦାବି କରିଥିଲେ, ଏକନାଥ ଶିନ୍ଦେଙ୍କ ସରକାରଙ୍କ ପାଇଁ ‘ଡେଥ ୱାରେଣ୍ଟ’ ଜାରି କରାଯାଇଛି।

ଆସନ୍ତା ୧୫ରୁ ୨୦ଦିନ ମଧ୍ୟରେ ଏହି ସରକାରଙ୍କର ପତନ ଘଟିବ। ଏହି ମନ୍ତବ୍ୟ ପରେ ଉଦ୍ଧବଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଏହି ମାମଲା ସୁପ୍ରିମକୋର୍ଟରେ ଅଛି ଏବଂ ଆମେ ଆଶା କରୁଛୁ ଏହି ନିଷ୍ପତ୍ତି ଆମ ସପକ୍ଷରେ ଆସିବ। ଏହା ପରେ, ଯେକୌଣସି ସମୟରେ କିଛି ବି ହୋଇପାରେ। ସମସ୍ତେ ଦେଖିବେ ଶିନ୍ଦେଙ୍କୁ ଶେଷ ପରିଣତି ମିଳିଛି। ଆମେ ବିଶ୍ୱାସଘାତକତାର କଳଙ୍କକୁ ଆମେ ଧୋଇ ଦେଇଛୁ। ଏବେ ଏହାର ଜବାବ ଭୋଟର ଦେବେ ବୋଲି ଉଦ୍ଧବ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ