Masthead

ଚଣ୍ଡିଖୋଲ ହତ୍ୟାର ସିନ୍ ରିକ୍ରିଏସନ

ବଡ଼ଚଣା (ବଡ଼ ଖବର ବ୍ୟୁରୋ): ହତ୍ୟା ଘଟଣାରେ ବଡ଼ଚଣା ପୋଲିସକୁ ଆଉ ଏକ ବଡ଼ ସଫଳତା। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଚଣ୍ଡିଖୋଲ ପୋଲିସ ବିଟ ହାଉସ ଅଧିନ ହରିପୁର ଠାରେ ୩ ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡର ହତ୍ୟାକାରୀ ଚେଣେକା ଚାତର ଓରଫ ଚେହେଙ୍ଗା ଯାଜପୁର ମଙ୍ଗଳପୁର ସହମିଲ ସାହିର ବୋଲି ପୋଲିସ ସୂଚନା ଦେଇଛି। ଚଳିତ ମାସ ୩ରେ ବିଳମ୍ବିତ ରାତ୍ରରେ ଚେହେଙ୍ଗା ନିଜ ଭାଉଜ ସୁରୁ ଚାତରକୁ ଦୈତାରୀ ପାରାଦ୍ଵୀପ ୫୩ ନଂ ଜାତୀୟ ରାଜପଥ ପଦ୍ମଲାଭପୁର ଛକରେ ଏକ ପିନ୍ଧା ଲୁଗାର ସାହାଯ୍ୟ ନେଇ ଭାଉଜର ବେକରେ ଗୁଡ଼ାଇ ନିର୍ମମ ଭାବେ ହତ୍ୟା କରିଥିଲା।

ବନ୍ଧା ପଦ୍ମନାଭପୁର ଠାରେ କିଛି ଦିନ ହେବ ଏକ ଘରୋଇ କୁକୁଡ଼ା ଫାର୍ମରେ ଚେହେଙ୍ଗା ମଜୁରିଆ ଭାବେ କାର୍ଯ୍ୟରେ ନିୟୋଜିତ ଥିଲା। ଚେହେଙ୍ଗାଙ୍କ ପତ୍ନୀ ଓ ଭାଉଜଙ୍କ ଭିତରେ ଘରୋଇ ବିବାଦ ଦୀର୍ଘ ଦିନ ହେବ ଲାଗି ରହିଥିଲା । ଚେହେଙ୍ଗା ଓ ତାର ଭାଉଜ ଚରିତ୍ରକୁ ନେଇ ଚେହେଙ୍ଗାର ପତ୍ନୀ ପୂର୍ବରୁ ସନେ୍ଦହ କରି କଳି ଝଗଡ଼ା କରି ଘରୁ ଛାଡ଼ି ଚାଲି ଯାଇଥିଲା। ଚେହେଙ୍ଗା ନିଜ ମଙ୍ଗଳପୁର ଘରକୁ ଯାଇଁ ନିଜ ଭାଉଜ ସୁରୁ ଚାତରଙ୍କ ସାହାଯ୍ୟ ଲୋଡ଼ି ନିଜ ପତ୍ନୀକୁ ଫେରାଇ ଆଣିବା ସହ କୁକୁଡ଼ା ଫାର୍ମରେ ରୋଷେଇରେ ସହଯୋଗ ପାଇଁ କାମ କରୁଥିବା ସ୍ଥାନକୁ ନିଜ ଭାଉଜ ସୁରୁ ଚାତର୍ ଆଣିଥିଲା । ୩ ତାରିଖ ରାତିରେ ଚେହେଙ୍ଗା ଓ ଭାଉଜ ସୂରୁଙ୍କ ମଧ୍ୟରେ ପ୍ରବଳ କଳି ଝଗଡ଼ା ହୋଇଥିଲା।

ସେ ଦୁହେଁ କୁକୁଡ଼ା ଫାର୍ମରୁ ରାସ୍ତା ଆଡ଼କୁ ଚାଲି ଚାଲି ଆସିଥିଲେ ଦୁହିଁଙ୍କ ଭିତରେ ବିବାଦ ବଢ଼ିବା ସହ ହାତାହାତି ହୋଇଥିଲେ । ହେଲେ ଚେହେଙ୍ଗା ନିଜ ରାଗକୁ ସମ୍ଭାଳି ନ ପାରି ନିଜ ଭାଉଜ ସୁରୂଙ୍କୁ ହତ୍ୟା କରି ନିଜ କାନ୍ଧରେ ବୋହି ଗେଙ୍ଗୁଟି ନଦୀ ବନ୍ଧ କଡ଼ରେ ଫୋପାଡ଼ି ଦେଇ ଚାଲିଯାଇଥିଲେ। ୪ ତାରିଖ ଦିନ ପୋଲିସ ଖବର ପାଇଁ ମୃତ ଶରୀରକୁ ଅଚିହ୍ନା ଭାବରେ ଉଦ୍ଧାର କରି ଏକ ମାମଲା ରୁଜ୍ଜୁ କରି ଲଗାଇ ଅଧିକ ତଦନ୍ତ ଜାରି ରଖିଥିଲେ । ବଡ଼ଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଓ ଚଣ୍ଡିଖୋଲ ପୋଲିସ ଫାଣ୍ଡି ଅଧିକାରୀ ଜହରଙ୍କୁ ନେଇ ଏକ ଟିମ୍ ତଦନ୍ତ କରି ହତ୍ୟାକାରିକୁ ଗିରଫ କରିବା ସହ ଆଜି ଘଟଣା ସ୍ଥଳକୁ ହତ୍ୟାକାରୀ ଚେହେଙ୍ଗାକୁ ଆଣି କ୍ରାଇମ ସିନ୍ ରିକ୍ରିଏସନ୍ ଆଧାରରେ ଅଧିକ ତଥ୍ୟ ସାମ୍ନାକୁ ଆଣିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ