Masthead

ନିର୍ଯାତନା ସହି ନପାରି ହଷ୍ଟେଲରୁ ଛାତ୍ର ଫେରାର

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ହଷ୍ଟେଲରେ ନିର୍ଯାତନା ସହି ନପାରି ହଷ୍ଟେଲରୁ ଛାତ୍ର ଫେରାର । ପ୍ରଧାନଶିକ୍ଷୟତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବ୍ଲକ ମଙ୍ଗଳ ଅଧିକାରୀ ଦେବବ୍ରତ ପରିଡା । ହଷ୍ଟେଲରେ ନିର୍ଯାତନା ପାଇବା ପରେ ଜଙ୍ଗଲ ପାହାଡ଼ ହୋଇ ୧୫ କିଲମିଟର ଚାଲି ଘରକୁ ଫେରିଲେ ଛାତ୍ର । ପ୍ରଧାନଶିକ୍ଷୟତ୍ରୀଙ୍କ ମାଡ଼ ସହ ନିର୍ଯାତନା ଓ ଠିକରେ ଖାଇବାକୁ ନଦେବାରୁ ଗତ ଦୁଇ ଦିନ ଭିତରେ ୫ଜଣ ଛାତ୍ର ହଷ୍ଟେଲରୁ ଲୁଚି ପଳାଇ ଆସିଛନ୍ତି । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ଗାଦବାକତରା ଆଶ୍ରମ ବିଦ୍ୟାଳୟରେ ।

ସୂଚନା ଅନୁସାରେ, ଝରୀଗାଁ ବ୍ଲକ ଝାଲିଆ ନୂଆଗୁଡାର ଧନପତି ମୁଦୁଲି, ଲକ୍ଷ୍ମଣ ମୁଦୁଲି, ରିଙ୍କୁ ମୁଦୁଲି ଏହି ବିଦ୍ୟାଳୟରେ ପାଠ ପଢୁଛନ୍ତି । ଆଜି ଏହି ତିନି ଜଣ ବାଳକ ହଷ୍ଟେଲରୁ ଲୁଚି ଜମି, ନାଳ ଦେଇ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯାଉଥିବା ବେଳେ ମାଝୀଗୁଡା ନିକଟରେ ସେମାନଙ୍କ ସମ୍ପର୍କୀୟ ଦେଖିଥିଲେ ଓ ସ୍କୁଲର ସମସ୍ୟା ପଚାରି ବୁଝିଥିଲେ । ସେଠାରୁ ରିଙ୍କୁକୁ ବିଦ୍ୟାଳୟର କର୍ମଚାରୀମାନେ ସ୍କୁଲକୁ ନେଇଥିବା କହିଛନ୍ତି ଅନ୍ୟ ଦୁଇ ଜଣ ସାଥି ।

ଗତକାଲି ଅର୍ଥାତ ରବିବାର ଦିନ ପାଣିଆଚାଚୁ ଗ୍ରାମର ଚନ୍ଦନ ଜାନି ଓ ଗୁଡପାଣିପଦରର ଖଗେଶ୍ୱର ସାନ୍ତା ହଷ୍ଟେଲରୁ ଲୁଚିକି ଘରକୁ ପଳାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଆଜି ଚନ୍ଦନକୁ ସ୍କୁଲକୁ ଆଣିଥିବା ବେଳେ ଖଗେଶ୍ୱର ଏ ଯାଏଁ ସ୍କୁଲ ଆସିନାହିଁ । ଏ ନେଇ ବ୍ଲକ ମଙ୍ଗଳ ଅଧିକାରୀ ଦେବବ୍ରତ ପରିଡାଙ୍କୁ ଫୋନରେ ଯୋଗାଯୋଗ କରିବା ସହ ତାଙ୍କ ପ୍ରତିକ୍ରିୟା ନେବା ପାଇ ଚେଷ୍ଟା କରିଥିଲୁ କିନ୍ତୁ ସେ ହଷ୍ଟେଲ ପ୍ରଧାନଶିକ୍ଷୟତ୍ରୀ ସବିତା ମଜୁମଦାରଙ୍କୁ ପଚାରି ବୁଝୁଛି ବୋଲି କହି ଫୋନ ରଖି ଦେଇଥିଲେ । ଏଥିରୁ ଜଳ ଜଳ ହୋଇ ଜଣାପଡୁଛି ଯେ ଘଟଣାକୁ ସମସ୍ତ ମିଶି ଚପାଇବାକୁ ଚେଷ୍ଟା କରୁଛନ୍ତି । ବର୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ