Masthead

ବନ୍ଧୁକ ସଫା ବେଳେ ବିଧାୟକଙ୍କ ମୃତ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): ବନ୍ଧୁକ ସଫା ବେଳେ ଅଘଟଣ, ବିଧାୟକ ମୃତ । ପଞ୍ଜାବ ଲୁଧିଆନାରେ ଆପ୍ ବିଧାୟକଙ୍କ ମୃତୁ୍ୟ । ଗୁଳି ବାଜିବାରୁ ବିଧାୟକ ଗୁରପ୍ରୀତ ଗୋଗୀଙ୍କ ମୃତୁ୍ୟ । ବନ୍ଧୁକ ସଫା ବେଳେ ଅସାବଧାନତାରୁ ଫୁଟିଲା ଗୁଳି । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଘଟଣାର ତଦନ୍ତ କରୁଛି ପୋଲିସ । ଏହି ଘଟଣା ବିଳମ୍ବିତ ରାତିରେ ଘଟିଛି। ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି। ଭୁଲ୍‌ବଶତଃ ନିଜକୁ ନିଜେ ଗୁଳି କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ଡିସିପିଙ୍କ କହିବା ମୁତାବକ, ଗୁଳି ବାଜିବା ପରେ ତରନ୍ତ ତାଙ୍କୁ ଲୁଧିଆନା ସ୍ଥିତ ଡିଏମ୍‌ସି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ବର୍ତ୍ତମାନ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହି ଘଟଣା ରାତି ପ୍ରାୟ ୧୨ଟା ସମୟରେ ଘଟିଥିଲା। ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ହତ୍ୟା ନା ଆତ୍ମହତ୍ୟା ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି। ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ ପରେ ପଞ୍ଜାବର ଆପ୍‌ ଅଧ୍ୟକ୍ଷ ତଥା ମନ୍ତ୍ରୀ ଅମନ ଅରୋଡା କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଖବର।

ସେ ବେଶ୍‌ ଭଲ ଓ ହୃଦୟବାନ ଲୋକ ଥିଲେ। ଆଜି ସେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ। ଗୁରୁପ୍ରୀତ ଗୋଗି ୨୦୨୨ ମସିହାରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ସେ ଲୁଧିଆନା ବିଧାନସଭା ନିର୍ବାଚନରେ ଦୁଇଥର ପୂର୍ବତନ କଂଗ୍ରେସ ବିଧାୟକ ଭରତ ଭୂଷଣ ଆଶୁଙ୍କୁ ପରାସ୍ତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ