Before Header

ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟନ ନେଇ ତେଜୁଛି ରାଜନୀତି

0 81

ରାଉରକେଲା (ବଡ଼ ଖବର ବ୍ୟୁରୋ): ରାଉରକେଲା ସହରରେ ତେଜୁଛି ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନେଇ ରାଜନୀତି। ସୁପର ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନକୁ ନେଇ ରାଜ୍ୟର ରାଜନୀତି ସରଗରମ। ଆସନ୍ତା ୨୧ରେ ରାଉରକେଲା ଗସ୍ତରେ ଆସି ରାଷ୍ଟ୍ରପତି କରିବେ ଉଦଘାଟନ। ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟନ ନେଇ ବିଜେପିକୁ ଘେରୁଛନ୍ତି କଂଗ୍ରେସ ଓ ବିଜେଡି। ଏପ୍ରିଲ ୧ ତାରିଖରେ ରାଉରକେଲା ସହରବାସୀଙ୍କୁ ମେଡ଼ିକାଲ କଲେଜ କରିବା ପାଇଁ ଘୋଷଣା କରି ଏପ୍ରିଲ ଫୁଲ ବନାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।୨୧ ମାର୍ଚ୍ଚରେ ରାଉରକେଲା ଗସ୍ତରେ ଆସି ରାଷ୍ଟ୍ରପତି ସୁପର ସ୍ପେସିଆଲିଟି ହସ୍ପିଟାଲର କରିବେ ଉଦଘାଟନ। କିନ୍ତୁ ଏହି ଉଦଘାଟନ କୁ ନେଇ ତେଜିଛି ରାଜ୍ୟ ରାଜନୀତି ।

ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଉପକରଣ ଏବଂ ଡାକ୍ତର ଓ ଷ୍ଟାଫ ଅଭାବ ଦୂର ନକରି ହସ୍ପିଟାଲ ସଠିକ କାର୍ଯ୍ୟକାରୀ ନହୋଇଥିବା ଆଗରୁ ଏହାକୁ ଉଦଘାଟନ କରୁଥିବା ଯୋଗୁ ଦେଖାଦେଇଛି ବାଦ ବିବାଦ। କେବଳ ହସ୍ପିଟାଲ ଉଦଘାଟନ କରି ସହରବାସୀଙ୍କୁ ଭୁଆଁ ବୁଲାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ କରି ରାଉରକେଲା ସହରରେ ମେଡ଼ିକାଲ କଲେଜ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯାହା ଆଜି ଯାଏ ହୋଇନାହିଁ ପୂରଣ।

ଏହି ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଏମ୍ସ ଘୋଷଣା କରାଯାଇ ଏଠାରେ ପ୍ରତିଷ୍ଠା କରାଯାଉ ବୋଲି ଦାବି କରିଛନ୍ତି ବିଜେଡି ଓ କଂଗ୍ରେସ। ଗତକାଲି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତୁ ଏବଂ ରାଉରକେଲା ସହରରେ ମେଡ଼ିକାଲ କଲେଜ ଏବଂ ଏମ୍ସ ପ୍ରତିଷ୍ଠା କରାଯାଉ। ଅନ୍ୟପକ୍ଷରେ ବିଜେପି ଏହାକୁ ଡିଫେଣ୍ଡ କରି କହିଛି ଯେ ଏହା ହେଉଛି ପ୍ରଥମ ଉଦଘାଟନୀ ଉତ୍ସବ, ଯାହା ପ୍ରଥମେ ଉଦଘାଟନ ହେବ ଏହାପରେ ଏହାର କାର୍ଯ୍ୟକ୍ଷମ ଠିକ ରୂପରେ ହେବ।

ଏବଂ ଏହା କେବଳ ଏକ ବିଲ୍ଡିଂ କୁ ଉଦଘାଟନ କରାଯାଉନାହିଁ ବରଂ ଏକ ମେଡିକାଲ ଉଦଘାଟନ କରାଯାଉଛି। ଏବଂ କଥାରହିଛି ଏମ୍ସ ପ୍ରତିଷ୍ଠା ଦାବି ତାହା ମଧ୍ୟ ଆଗାମୀ ଭବିଷ୍ୟତରେ କାର୍ଯ୍ୟକ୍ଷମ ହୋଇପାରେ ବୋଲି ବିଜେପି କହିଛି । ଏବଂ ବିଜେଡି ନିଜର ପଡି ରହିଥିବା ବିଭିନ୍ନ ପ୍ରକଳ୍ପକୁ ପ୍ରଥମେ କାର୍ଯ୍ୟକାରୀ କରି ଅନ୍ୟ କାହାର କଥା କୁହନ୍ତୁ। ଏବଂ କଂଗ୍ରେସ ମଧ୍ୟ ବିଜେଡିର ବିଧାୟକ ସାରଦା ନାୟକ ଓ ସୁବ୍ରତ ତରାଇଙ୍କୁ ତୀବ୍ର ସମାଲୋଚନା କରିଛି।  କହିଛି ଯେ ଏହି ଦୁଇ ବିଧାୟକଙ୍କ ପାଇଁ ମୁଖ୍ୟତ ରାଉରକେଲା ସହର ଅବହେଳିତ ହୋଇପଡିଛି।

ଉଭୟ କଂଗ୍ରେସ ଓ କେନ୍ଦ୍ର ସରକାରଙ୍କ ରାଉରକେଲା ପ୍ରତି ଯେଉଁ ବୈମାତୃକ ମନଭାଵ ପୋଷଣ କରି ରାଉରକେଲା ସହରବାସୀଙ୍କୁ କେବଳ ଧୂଆଁ ବାଣ ଦେଖାଇ କେବଳ ସାବାସି ନେବକୁ ଚେଷ୍ଟା କରୁଛି। ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲର ସବୁଠାରୁ ମୁଖ୍ୟ ଜିନିଷ ଯାହା ହେଉଛି ବେଡ଼ ସଂଖ୍ୟା ଡାକ୍ତର ଓ ପାରାମେଡିକଲ ଷ୍ଟାଫ ଏବଂ ନର୍ସ ପଦବୀ ଏଯାଏଁ ପୁରଣ ହୋଇପାରିନାହିଁ ତେବେ କିଭଳି ଏହି ଭଳି ତରବରିଆ ଭାବରେ ଏହି ମେଡିକାଲକୁ ଉଦଘାଟନ କରାଯାଉଛି ଏବଂ ତରବରିଆ ଭାବରେ ଏହାକୁ ଉଦଘାଟନ କରିଲାପରେ ସାଧାରଣ ଲୋକେ ଏଥିରୁ କଣ ଲାଭ ପାଇବେ ତାହା ଏବେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ଆଗାମୀ ମାର୍ଚ୍ଚ୨୧ ରେ ରାଷ୍ଟ୍ରପତି ଆସି ଉଦଘାଟନ କରିବେ ସୁପର ସ୍ପେସିଆଲିଟି ହସ୍ପିଟାଲ ।

Leave A Reply

Your email address will not be published.