କ୍ରାଇମବ୍ରାଞ୍ଚକୁ ହଁ, ମିଡିଆକୁ ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ବିବାଦରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହରା । ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସମୃକ୍ତି ତିବା ନେଇ ବଢୁଛି ସନ୍ଦେହ । ସୌମ୍ୟଙ୍କ ମୃତ୍ୟୁ କାଳିନ ଜମାନବନ୍ଦରେକର୍ଡ ସମୟରେ ଉପସ୍ଥିତ ଥିଲେ ଖୋଦ ଡିଏଫଓ ସଂଗ୍ରାମ କେଶରୀ ବେହେରା ।

ତେବେ ସେ କ୍ରାଇମବ୍ରାଞ୍ଚକୁ ହଁ କହିଥିବା ବେଳେ ମିଡିଆକୁ କହିଛନ୍ତି ନା । ତେବେ ମୃତ୍ୟୁ କାଳିନ ଜମାନବନ୍ଦିର ରେକେର୍ଡ ବେଳେ ପରିବାର ସଦସ୍ୟ, ମାଜିଷ୍ଟ୍ରେଟ ଓ ଡାକ୍ତରଙ୍କ ଛଡା ଅନ୍ୟ କେହି ଉପସ୍ଥିତ ରହିବାର ନିୟମ ନଥିବା ବେଳେ ସେଠାରେ ଖୋଦ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଉପସ୍ଥିତ ଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ଜଣା ପଡ଼ୁଛି କି ଲେଖା ପଢା ବେଳେ ଖୋଦ ଡିଏଫଓ ବାବୁ ସେଠାରେ ବସିଛନ୍ତି ।

ତେବେ ସେଠାରେ ଉପସ୍ଥିତ ରହିାବର କାରଣ କଣ ? ମୃତ୍ୟୁ କାଳିନ ଜମାନ ବନ୍ଦି ରେକର୍ଡ ବେଳେ ଡିଏଫଓଙ୍କ କଣ ଭୂମିକା ଥିଲା ? ସେପଟେ ସେଦିନ ମୃତ୍ୟୁ କାଳିନ ବୟାନ ରେକେର୍ଡ ବେଳେ ଡିଏଫଓ ସେଠାରେ ଉପସ୍ଥିତ ନଥିବା କଥା ଜେରା ବେଳେ କହିଥିଲେ ସୌମ୍ୟଙ୍କୁ ପାରଳାଖେମୁଣ୍ଡିର ଚିକିତ୍ସିତ କରିଥିବା ଡାକ୍ତର । ତେବେ କାଲି ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯାଇଥିବା ବେଳେ ଆଜି ଡିଏଫଓଙ୍କୁ ଜେରା କରାଯିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ