Masthead

କ୍ରାଇମବ୍ରାଞ୍ଚକୁ ହଁ, ମିଡିଆକୁ ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ବିବାଦରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହରା । ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସମୃକ୍ତି ତିବା ନେଇ ବଢୁଛି ସନ୍ଦେହ । ସୌମ୍ୟଙ୍କ ମୃତ୍ୟୁ କାଳିନ ଜମାନବନ୍ଦରେକର୍ଡ ସମୟରେ ଉପସ୍ଥିତ ଥିଲେ ଖୋଦ ଡିଏଫଓ ସଂଗ୍ରାମ କେଶରୀ ବେହେରା ।

ତେବେ ସେ କ୍ରାଇମବ୍ରାଞ୍ଚକୁ ହଁ କହିଥିବା ବେଳେ ମିଡିଆକୁ କହିଛନ୍ତି ନା । ତେବେ ମୃତ୍ୟୁ କାଳିନ ଜମାନବନ୍ଦିର ରେକେର୍ଡ ବେଳେ ପରିବାର ସଦସ୍ୟ, ମାଜିଷ୍ଟ୍ରେଟ ଓ ଡାକ୍ତରଙ୍କ ଛଡା ଅନ୍ୟ କେହି ଉପସ୍ଥିତ ରହିବାର ନିୟମ ନଥିବା ବେଳେ ସେଠାରେ ଖୋଦ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଉପସ୍ଥିତ ଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ଜଣା ପଡ଼ୁଛି କି ଲେଖା ପଢା ବେଳେ ଖୋଦ ଡିଏଫଓ ବାବୁ ସେଠାରେ ବସିଛନ୍ତି ।

ତେବେ ସେଠାରେ ଉପସ୍ଥିତ ରହିାବର କାରଣ କଣ ? ମୃତ୍ୟୁ କାଳିନ ଜମାନ ବନ୍ଦି ରେକର୍ଡ ବେଳେ ଡିଏଫଓଙ୍କ କଣ ଭୂମିକା ଥିଲା ? ସେପଟେ ସେଦିନ ମୃତ୍ୟୁ କାଳିନ ବୟାନ ରେକେର୍ଡ ବେଳେ ଡିଏଫଓ ସେଠାରେ ଉପସ୍ଥିତ ନଥିବା କଥା ଜେରା ବେଳେ କହିଥିଲେ ସୌମ୍ୟଙ୍କୁ ପାରଳାଖେମୁଣ୍ଡିର ଚିକିତ୍ସିତ କରିଥିବା ଡାକ୍ତର । ତେବେ କାଲି ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯାଇଥିବା ବେଳେ ଆଜି ଡିଏଫଓଙ୍କୁ ଜେରା କରାଯିବା ନେଇ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ