Masthead

‘ଆପ ଦେଶର ଅଖଣ୍ଡତା ଏବଂ ପଞ୍ଜାବରେ ଶାନ୍ତି ପୂର୍ଣ୍ଣ ସରକାର ଚଳାଇବା ପାଇଁ ପ୍ରତିଶୃତିବଦ୍ଧ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆପର ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ପ୍ରେସମିଟ । କହିଛନ୍ତି ପଞ୍ଜାବର ରୋଡେ ଗ୍ରାମରେ ଥିବା ଗୁରୁଦ୍ୱାରରୁ ଉଗ୍ରବାଦୀ ଅମ୍ରିତପାଲ୍ ସିଂହକୁ ପଞ୍ଜାବ ପୋଲିସ ୩୬ ଦିନ ପରେ ଗିରଫ କରିଛି । ଖଲିସ୍ତାନୀ ଆନ୍ଦୋଳନକୁ ଉସକାଉ ଥିବା ଅମ୍ରିତପାଲ୍ “ୱାରିସ ପଞ୍ଜାବ ଦେ” ନାମକ ସଂଗଠନର ମୁଖ୍ୟ ଥିଲା । ବିଦେଶୀ ସହାୟତା ଏବଂ ଚାନ୍ଦା ବଳରେ ପଞ୍ଜାବରେ ଖଲିସ୍ତାନୀ ଆନ୍ଦୋଳନକୁ ପୁନର୍ଜୀବିତ କରିବାକୁ ଚାଲିଥିବା ଷଡଯନ୍ତ୍ରକୁ ଅମ୍ରିତପାଲର ଗିରଫଦାରୀ ପରେ ବଡ ଧକ୍କା ଲାଗିଛି ।

ପଞ୍ଜାବ ପୋଲିସର ଆଇଜି ସୁଖଚୈନ୍ ସିଂହ ଗିଲଙ୍କ ତଥ୍ୟ ଅନୁସାରେ ପଞ୍ଜାବ ପୋଲିସ ବାହିନୀ ଗୋଇନ୍ଦା ସୂଚନାକୁ ଆଧାର କରି ଅମ୍ରିତପାଲ୍ ରହିଥିବା ଗୁରୁଦ୍ୱାରକୁ ଚାରିପଟୁ ଘେରାଉ କରାଯାଇଥିଲେ । ଗୁରୁଦ୍ୱାରର ପବିତ୍ରତାକୁ ନଷ୍ଟ ନକରି ଅମ୍ରିତପାଲକୁ ଆରେଷ୍ଟ କରାଗଲା । ଏହା ଆମ୍ ଆଦ୍‌ମୀ ପାର୍ଟି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କର ଏକ ବଡ ସଫଳତା । ରାଷ୍ଟ୍ରୀୟ ଅଖଣ୍ଡତା ଏବଂ ସୁରକ୍ଷାର ପ୍ରଶ୍ନରେ ଉଭୟ କେନ୍ଦ୍ର ସରକାର ଏବଂ ପଞ୍ଜାବ ସରକାର ମିଳିତ ଭାବରେ ଯେଉଁପରି କାମ କଲେ ତାହାମଧ୍ୟ ଅନୁକରଣୀୟ ।

ଅମ୍ରିତପାଲ୍ ସିଂହଙ୍କୁ ଗିରଫ କରିବା ସହିତ ତାଙ୍କ ସହିତ ଜଡିତ ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଆମ୍ ଆଦମୀ ପାର୍ଟି ଓଡ଼ିଶା, ପଞ୍ଜାବ ସରକାରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ପ୍ରକାର ସଫଳତା କାମନା କରୁଛି । ଆମ୍ ଆଦମୀ ପାର୍ଟି ଦେଶର ଅଖଣ୍ଡତା ଏବଂ ପଞ୍ଜାବରେ ଶାନ୍ତି ପୂର୍ଣ୍ଣ ସରକାର ଚଳାଇବା ପାଇଁ ପ୍ରତିଶୃତିବଦ୍ଧ । କୌଣସି ଅପପ୍ରଚାର ଏହାକୁ ପ୍ରଭାବିତ କରିପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ