ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଅଭିନେତା ପୁନୀତଙ୍କ ଶେଷକୃତ୍ୟ

(ବଡ଼ ଖବର ବ୍ୟୁରୋ):  ପାୱାରଷ୍ଟାର ପୁନୀତ ରାଜକୁମାରଙ୍କୁ ଅଲବିଦା । ପରିବାର, ପ୍ରିୟଜନ ଓ ହଜାର ହଜାର ଫ୍ୟାନଙ୍କ ଗହଣରେ କନ୍ନଡ ଅଭିନେତା ପୁନୀତଙ୍କୁ ଶେଷ ବିଦାୟ ଦିଆଯାଇଛି । ବେଙ୍ଗାଲୁରର କାନ୍ତିରବା ଷ୍ଟୁଡିଓରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ହୋଇଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଆଜି ବି ସମାଧି ସ୍ଥଳରେ ଉପସ୍ଥିତ ଥିଲେ ।

ଗତକାଲି ରାତିରେ ପୁନୀତଙ୍କ  ଦୁଇ ଝିଅ ବିଦେଶରୁ ଫେରିବା ପରେ ଶେଷକୃତ୍ୟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୁନୀତଙ୍କୁ ହୃଦଘାତ ହୋଇଥିଲା । ଏବାପରେ ତାଙ୍କୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିଲା । ଡାକ୍ତରମାନଙ୍କ ଚେଷ୍ଟା ପରେ ବି ପୁନୀତଙ୍କୁ ବଞ୍ଚାଇ ପାରି ନଥିଲେ । ତାଙ୍କର ହଠାତ ଏମିତି ମୃତ୍ୟୁକୁ ଏମିିତି କେହି ସହଜରେ ଗ୍ରହଣ କରି ପାରି ନଥିଲେ । ମାତ୍ର ୪୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାରା ସାଉଥ ଇଣ୍ଡଷ୍ଟ୍ରିକୁ ବହୁତ ବଡ ଧକ୍କା ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ