Masthead

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଆପର ସାମୂହିକ ଅନଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ ଏବଂ ଇଡିର ଗିରଫଦାରୀ ବିରୁଦ୍ଧରେ ଆପର ଦେଶବ୍ୟାପୀ ସାମୂହିକ ଅନଶନ। ଦଳର ନେତା-ମନ୍ତ୍ରୀ ଓ କର୍ମାମାନେ ଆଜି ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଅନଶନରେ ବସିଛନ୍ତି। ରବିବାର ଜନ୍ତରମନ୍ତରରେ ଆପ ନିଜର ଅନଶନ ଆନ୍ଦୋଳନ ଆରମ୍ଭ କରିଛି। ଏଥିରେ ବିଧାୟକ, ମନ୍ତ୍ରୀ, ଏମପି, କାଉନସିଲର ଏବଂ ଅଧିକାରୀମାନେ ସାମିଲ ହୋଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା ଠାରୁ ଏହି ଉପବାସ ଆନ୍ଦୋଳନ ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ୨୫ ଟି ରାଜ୍ୟର ରାଜଧାନୀ, ଜିଲା ଏବଂ ବ୍ଲକ ମୁଖ୍ୟାଳୟ, ଗ୍ରାମ ଏବଂ ସହରଗୁଡ଼ିକରେ ଲୋକମାନେ କେଜରିଓ୍ବାଲଙ୍କ ପାଇଁ ଆଜି ଉପବାସ କରିବେ । ଏହା ବ୍ୟତୀତ ନ୍ୟୁୟର୍କ, ବୋଷ୍ଟନ, ଲସ ଆଞ୍ଜେଲସ, ଆମେରିକାର ୱାଶିଂଟନ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ବ୍ରିଟେନରେ ଲଣ୍ଡନ ଏବଂ ଅନ୍ୟାନ୍ୟ ସ୍ଥାନରେ ଉପବାସ ଆନ୍ଦୋଳନ ଅନୁଷ୍ଠିତ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ