କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲେ ଆପ୍ ନେତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ବଢୁଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅଡୁଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋର୍ଟ ଗଲେ ଆପ୍ ନେତା । ଗିରଫ ହେବା ପରେ ମଧ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ଛାଡିନାହାନ୍ତି ଯାହାକୁ ନେଇ ବର୍ତମାନ କନ୍ଦଳ ଦେଖାଗଲାଣି । ଗୋଟିଏ ପଟେ କେଜ୍ରିୱାଲ ଗିରଫ ଦାରିକୁ ନେଇ ଆପ୍ ଅନେକ ନେତା ଏହାକୁ ବିରୋଧ କରୁଛନ୍ତି । ଅନେପଟେ କଂଗ୍ରେସ ଏହାକୁ କଡା ସମାଲୋଚନା କରୁଛି । କିନ୍ତୁ କେଜ୍ରିୱାଲ ଜେଲରେ ରହି ସରକାର ଚଳାଇବାକୁ ବିରୋଧ କରିଛନ୍ତି ପୂର୍ବତନ ଆପ୍‌ ନେତା ତଥା ପୂର୍ବତନ ବିଧାୟକ ସନ୍ଦୀପ କୁମାର।

ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସନ୍ଦୀପ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ୱାଲ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ । ମୁଖ୍ୟମନ୍ତ୍ରୀ ଜଣେ ଏଭଳି ବ୍ୟକ୍ତି ଯିଏକି ନିଜ ପଦ ସମ୍ଭାଳିବାରେ ଅସମର୍ଥ ଅଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନର ଜଣେ ଭୋଟର ଭାବରେ ସେ ବ୍ୟକ୍ତିଗତ ରୂପେ ଏହାକୁ ନେଇ ବେଶ୍‌ ବ୍ୟଥିତ ଅଛନ୍ତି । ନ୍ୟାୟିକ ହେପାଜତରେ ରହି କେଜ୍ରିଓ୍ୱାଲ କେବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିପାରିବେ ନାହିଁ । କେଜ୍ରିୱାଲ ସମ୍ବିଧାନ ଅନୁଯାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ୟ୍ୟ ସମ୍ପାଦନ କରିବାରେ ଅସମର୍ଥ ଏବଂ ତେଣୁ ସେ ଏହି ପଦବୀରେ ରହିପାରିବେ ନାହିଁ ବୋଲି ସନ୍ଦୀପ କହିଛନ୍ତି। ସୋମବାର ହାଇକୋର୍ଟରେ ପୂର୍ବତନ ଆପ୍‌ ନେତାଙ୍କ ଏହି ଆବେଦନର ଶୁଣାଣି ହେବ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ