Masthead

କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲେ ଆପ୍ ନେତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ବଢୁଛି ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଅଡୁଆ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କୋର୍ଟ ଗଲେ ଆପ୍ ନେତା । ଗିରଫ ହେବା ପରେ ମଧ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ଛାଡିନାହାନ୍ତି ଯାହାକୁ ନେଇ ବର୍ତମାନ କନ୍ଦଳ ଦେଖାଗଲାଣି । ଗୋଟିଏ ପଟେ କେଜ୍ରିୱାଲ ଗିରଫ ଦାରିକୁ ନେଇ ଆପ୍ ଅନେକ ନେତା ଏହାକୁ ବିରୋଧ କରୁଛନ୍ତି । ଅନେପଟେ କଂଗ୍ରେସ ଏହାକୁ କଡା ସମାଲୋଚନା କରୁଛି । କିନ୍ତୁ କେଜ୍ରିୱାଲ ଜେଲରେ ରହି ସରକାର ଚଳାଇବାକୁ ବିରୋଧ କରିଛନ୍ତି ପୂର୍ବତନ ଆପ୍‌ ନେତା ତଥା ପୂର୍ବତନ ବିଧାୟକ ସନ୍ଦୀପ କୁମାର।

ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ସନ୍ଦୀପ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ମନି ଲଣ୍ଡରିଂ ମାମଲାରେ କେଜ୍ରିଓ୍ୱାଲ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ । ମୁଖ୍ୟମନ୍ତ୍ରୀ ଜଣେ ଏଭଳି ବ୍ୟକ୍ତି ଯିଏକି ନିଜ ପଦ ସମ୍ଭାଳିବାରେ ଅସମର୍ଥ ଅଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନର ଜଣେ ଭୋଟର ଭାବରେ ସେ ବ୍ୟକ୍ତିଗତ ରୂପେ ଏହାକୁ ନେଇ ବେଶ୍‌ ବ୍ୟଥିତ ଅଛନ୍ତି । ନ୍ୟାୟିକ ହେପାଜତରେ ରହି କେଜ୍ରିଓ୍ୱାଲ କେବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ୟ୍ୟ କରିପାରିବେ ନାହିଁ । କେଜ୍ରିୱାଲ ସମ୍ବିଧାନ ଅନୁଯାୟୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ୟ୍ୟ ସମ୍ପାଦନ କରିବାରେ ଅସମର୍ଥ ଏବଂ ତେଣୁ ସେ ଏହି ପଦବୀରେ ରହିପାରିବେ ନାହିଁ ବୋଲି ସନ୍ଦୀପ କହିଛନ୍ତି। ସୋମବାର ହାଇକୋର୍ଟରେ ପୂର୍ବତନ ଆପ୍‌ ନେତାଙ୍କ ଏହି ଆବେଦନର ଶୁଣାଣି ହେବ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ