Masthead

ଇଣ୍ଡିଗୋ ବିମାନରେ ହଙ୍ଗମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଣ୍ଡିଗୋ ବିମାନରେ ହଙ୍ଗମା । ବିମାନରେ ୨ ଜଣ ଯାତ୍ରୀ କରିଛନ୍ତି ହଙ୍ଗମା । ଦୁବାଇରୁ ମୁମ୍ବାଇ ଅଭିମୁଖେ ଏକ ଇଣ୍ଡିଗୋ ବିମାନରେ ୨ ଜଣ ଯାତ୍ରୀ ହଙ୍ଗାମା କରିଛନ୍ତି। ନିଶାରେ ସେମାନେ କ୍ୟାବିନ କ୍ରୁ ଏବଂ ସହ-ଯାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ଯାତ୍ରୀଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଗୋ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ଉଭୟ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଗିରଫ ପରେ ଉଭୟ କୋର୍ଟରୁ ଜାମିନ ପାଇଥିଲେ। ଉଭୟ ଅଭିଯୁକ୍ତ କୋଲହାପୁର ଏବଂ ପାଲଘରର ନାଲାସୋପାରା ବାସିନ୍ଦା। ସେମାନଙ୍କର ନାମ ହେଉଛି ଦତ୍ତାତ୍ରେୟ ବାପାର୍ଡେକର ଏବଂ ଜନ ଜର୍ଜ ଡି’ସୁଜା। ସେମାନେ ଦୁବାଇରୁ ଫେରୁଥିଲେ। ଦେଶକୁ ଫେରିବା ଖୁସିରେ ଉଭୟ ଅଭିଯୁକ୍ତ ମଦ୍ୟପାନ କରୁଥିଲେ। ଉଭୟ ନିଶାରେ ବିମାନରେ ହଙ୍ଗାମା କରିଥିଲେ। ଅନ୍ୟ ଯାତ୍ରୀମାନେ ଆପତ୍ତି କରିବା ସହ ଏନେଇ ଅଭିଯୋଗ କରିଥିଲେ। ବିମାନର କ୍ରୁ ମେମ୍ବରମାନେ ମଧ୍ୟ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ସେମାନଙ୍କୁ ଗାଳି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି